ରାଜ୍ୟ

ରାସ୍ତା ତଳକୁ ଖସିଲା ବସ୍, ଅଳ୍ପକେ ରକ୍ଷା ପାଇଲେ ୪୦ ଯାତ୍ରୀ

ଢ଼େଙ୍କାନାଳ : ଭାରସସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି ଏକ ଯାତ୍ରୀ ବାହୀ ବସ୍‌ । ବସ୍‌ ଟି ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ଯାତ୍ରୀମାନେ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବସଟି ଢେଙ୍କାନାଳ ସଦର ଥାନା ସିମିନଇ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରିଷ୍ଣା ନାମକ ବସ୍‌ ଅନୁଗୁଳରୁ ଢେଙ୍କାନାଳ ଆସୁଥିବା ବେଳେ ରାସ୍ତାରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ୪୦ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କର ବିଶେଷ ଆଘାତ ଲାଗିନଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *