ରାଜ୍ୟ

ଲାଗୁହେଲା ସଂଶୋଧିତ ସଂରକ୍ଷଣ ନିୟମ

ଭୁବନେଶ୍ୱର : ଲାଗୁହେଲା ସଂଶୋଧିତ ସଂରକ୍ଷଣ ନିୟମ । ଖୁବଶୀଘ୍ର ପ୍ରକାଶ ପାଇବ ପଞ୍ଚାୟତ ସଂରକ୍ଷଣ ତାଲିକା । ଏହା ସହିତ ପଞ୍ଚାୟତିରାଜ ନିର୍ବାଚନ ସମୟରେ ପଛୁଆ ବର୍ଗଙ୍କୁ ସର୍ବାଧିକ ୨୭ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରାନଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ସଂରକ୍ଷଣ ସିଲିଂକୁ ଅତିକ୍ରମ ନକରିବା ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଂଶୋଧନ ବ୍ୟବସ୍ଥା ରାଜ୍ୟରେ ଲାଗୁହେବ। ଫଳରେ ପଞ୍ଚାୟତ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି। ଯଦି କୋଭିଡର ତୃତୀୟ ଲହର ନ ଆସେ ତେବେ ୪ ମାସ ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ଚଳିତ ମାସ ପହିଲାରୁ ପଞ୍ଚାୟତସ୍ତରରେ ୱାର୍ଡ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଆସନ ଗୁଡିକର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହା କରାଯିବ। ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ଆସନ ନିର୍ଦ୍ଧାରଣ କରିବ। ରଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର ଉପସ୍ଥିତି ଜିଲ୍ଲାପାଳମାନେ ନୂତନ ଭାବେ ସଂଶୋଧିତ ଆଇନକୁ ଦୃଷ୍ଟିରେ ରକି ଆସନ ଗୁଡିକ ସଂରକ୍ଷଣ ବ୍ୟବସ୍ଥା କରିବେ।

Leave a Reply

Your email address will not be published. Required fields are marked *