ଅପରାଧଦେଶ- ବିଦେଶ

ସାର୍ଟିଫିକେଟ୍‌ ଜେରକ୍ସ କରିବାକୁ ଯାଇଥିବା ବେଳେ ଦୁଇ ଛାତ୍ରୀଙ୍କୁ ସାଇବର୍‌ କେଫ୍‌ରେ ଗଣଦୁଷ୍କର୍ମ

କନଉଜା : ଡକ୍ୟୁମେଣ୍ଟ ଜେରକ୍ସ କରିବାକୁ ଯାଇଥିବା ବେଳେ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଖାଲି ସେତିକି ନୁହେଁ ଦୁଷ୍କର୍ମ ସମୟରେ ଭିଡିଓ ଉତ୍ତୋଳନ କରି ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେବା ସହ ଅଭିଯୁକ୍ତ ଟଙ୍କା ଦେବାକୁ ବ୍ଲାକ୍‌ମେଲ୍‌ ମଧ୍ୟ କରୁଥିବା ଜଣାପଡ଼ିଛି । ଏଭଳି ଘଟଣା ଉତ୍ତରପ୍ରଦେଶର କନ୍ନାଉଜ୍‌ ଜିଲ୍ଲାରେ ଘଟିଛି ।ପୋଲିସ୍‌ ସୂଚନା ଅନୁସାରେ, ୪ ଜଣ ବ୍ୟକ୍ତି ସାଇବର୍‌ କେଫ୍ ଭିତରେ ଏଭଳି କାଣ୍ଡ ଘଟାଇଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଏହାର ଭିଡିଓ ଉତ୍ତୋଳନ କରିଥିଲା । ସେମାନଙ୍କୁ ଭୟଭୀତ କରାଇ ୧୦ ହଜାର ଟଙ୍କା ମଧ୍ୟ ସେମାନେ ଦାବି କରିଥିବା ପୋଲିସ୍‌ କହିଛି ।

ସ୍ଥାନୀୟ ଏସ୍‌ପି ପ୍ରଶାନ୍ତ ଭର୍ମା ଏନେଇ କହିଛନ୍ତି ଯେ, ପୀଡ଼ିତାଙ୍କ ବୟାନକୁ ଆଧାର କରି ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ମୋଟ ଏଥିରେ ୬ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣା ଅନୁସାରେ, ୧୭ ବର୍ଷୀୟ ଛାତ୍ରୀ ତାଙ୍କ ସାଙ୍ଗକୁ ନେଇ ଜେରକ୍ସ କରିବାକୁ ସେହି ସାଇବର୍‌ କେଫ୍‌କୁ ଯାଇଥିଲେ । ସେଠାରେ ଆଗରୁ ଥିବା ୪ ଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ ।

ଭିଡିଓ କରିବା ପରେ ୧୦ ହଜାର ଟଙ୍କା ନଦେଲେ ଏହାକୁ ଭାଇରାଲ୍‌ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ପୀଡ଼ିତା ଏବଂ ତାଙ୍କ ସାଙ୍ଗ ଘରୁ ଟଙ୍କା ଚୋରୀ କରି ଅଭିଯୁକ୍ତଙ୍କୁ ନେଇ ଦେଇଥିଲେ । ଘର ଲୋକ ଟଙ୍କା ଗାଏବ୍‌ ନେଇ ଖୋଳତାଡ଼ ପରେ ଏପରି ହୋଇଥିବା ଜାଣିବାକୁ ପାଇ ପୋଲିସ୍‌ରେ ମାମଲା ରୁଜୁ କରିଥିଲେ । ତେବେ ପୋଲିସ୍‌ ଘଟଣା ସ୍ଥଳରେ ଦୁଷ୍କର୍ମ ହୋଇଥିବା ପ୍ରମାଣ ପାଇଛି । ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ ମଧ୍ୟ ପୀଡ଼ିତାଙ୍କୁ ଫୋନ୍‌ କରି ଧମକ ଦେଇଥିବାରୁ ପୋଲିସ୍‌ ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *