ରାଜ୍ୟ

ଜଳପ୍ରପାତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା : ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ମୃତକ ଛତିଶଗଡ଼ କରିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଜଳପ୍ରପାତରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତ ୨୬ ତାରିଖରେ ଉଭୟେ ଜଳପ୍ରପାତକୁ ଡେଇଁ ନିଖୋଜ ହୋଇଥିଲେ । ଜଳପ୍ରପାତ ନିକଟରୁ ବାଇକ୍, ପୋଷାକ ଓ ସୁସାଇଡ୍ ନୋଟ୍ ମିଳିଥିଲା । ଏନେଇ ଖୋଜାଖୋଜି ଜାରି ରହିଥିବା ବେଳେ ଆଜି ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

Leave a Reply

Your email address will not be published. Required fields are marked *