ଅପରାଧରାଜ୍ୟ

ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର : ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାରୁହାଁ ପଞ୍ଚାୟତରେ ଘଟିଯାଇଛି । ବାରୁହାଁ ପଞ୍ଚାୟତର ସମିତି ସଭ୍ୟଙ୍କୁ ଜାମୁଝରା ନିକଟରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଦୀପକ ମହନ୍ତଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା । କାରରେ ବାରୁହାଁରୁ କାମାକ୍ଷାନଗର ଆସୁଥିବା ବେଳେ ହୋଇଥିଲା ଏହି ଗୁଳିମାଡ଼ । ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *