ରାଜ୍ୟ

ମୃତ ଓଡ୍ରାଫ୍ କର୍ମଚାରୀଙ୍କ ମୃତଦେହ ଠାବ

ଭୁବନେଶ୍ୱର : ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ବୁଡ଼ିବା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଗତକାଲି ମହାନଦୀକୁ ହାତୀ ଘଉଡ଼ାଇବାକୁ ଯାଇ ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଓଡ୍ରାଫ୍ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ଅଣ୍ଡରୱାଟର୍ ଡ୍ରାଇଭର୍ ସୀତାରାମ ମୁର୍ମୁଙ୍କ ମୃତଦେହ ଠାବ କରାଯାଇଛି । କଖଡ଼ି ମହାକାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହୋଇଛି । ଭାସି ଯାଉଥିବା ବେଳେ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । କାଲି ବୋଟ୍ ବୁଡ଼ି ଯିବା ପରେ ସେ ନିଖୋଜ ଥିଲେ ।

Leave a Reply

Your email address will not be published. Required fields are marked *