ଅପରାଧରାଜ୍ୟ

ଡିଆରଡିଓ ତଥ୍ୟ ଲିକ୍ ଘଟଣା : ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ

ବାଲେଶ୍ୱର : ଡିଆରଡିଓ ତଥ୍ୟ ଚୋରି ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ମହିଳା । ସେ କହିଛନ୍ତି ଯେ, ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବାକୁ କହିଥିଲେ । ୭ଟି ଭିନ୍ନ ଆକାଉଣ୍ଟ କରି ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ଥିଲେ । ଆକାଉଣ୍ଟରେ ଭିନ୍ନ ଭିନ୍ନ ଫଟୋ ସହ ଭିନ୍ନ ପରିଚୟପତ୍ର ଥିଲା । ମହିଳାଙ୍କ ୟୁକେ ଫୋନ୍ ନମ୍ବର ବାବଦରେ ତନାଘନା ଚାଲିଛି । ରହସ୍ୟମୟୀ ମହିଳାଙ୍କ ପ୍ରକୃତ ପରିଚୟ ଓ ସ୍ଥିତି ବିଷୟରେ ଜାଣିବାକୁ ଅହରହ ତଦନ୍ତ ଚାଲିଛି । ଆଉ କେଉଁ ସୋର୍ସରୁ ଟଙ୍କା ଆସିଛି ସେନେଇ ଖୋଳତାଡ଼ ହେବ । ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯାଇପାରେ ।

Leave a Reply

Your email address will not be published. Required fields are marked *