ରାଜ୍ୟ

ସ୍ୱାମୀ ବାହାଘର ଅଟକାଇବା ପାଇଁ ଡିସିପି ଅଫିସର ଦ୍ୱାରସ୍ଥ ହେଲେ ମହିଳା

କେନ୍ଦୁଝର : “ମତେ ନ୍ୟାୟ ଦିଅ, ମୋ ସ୍ୱାମୀର ବାହାଘର” । ମାସକ ତଳେ ବିବାହ କରି ସାତ ଜନ୍ମ ପର୍ଯ୍ୟନ୍ତ ସାଥୀ ହୋଇ ରହିବାକୁ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି । ସ୍ୱାମୀ ବାହାଘର ଅଟକାଇବା ପାଇଁ ଆଜି ଡିସିପି ଅଫିସର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ମହିଳା ଜଣକ କେନ୍ଦୁଝର ଜିଲ୍ଲା ମଧୁକେଶରୀ ଗାଁର ଅଭିଜିତ ମିଶ୍ରଙ୍କୁ ଭଲ ପାଉ ଥିଲେ । ହେଲେ ଅଭିଜିତଙ୍କ ପରିବାର ଏ ବାହାଘରରେ ରାଜି ହୋଇନଥିଲେ । ଫଳରେ ମହିଳା ଜଣକ ନିଜ ପ୍ରେମକୁ ପାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଆଉ ବାହାରିଥିଲେ ପ୍ରେମକୁ ପାଇବାକୁ ।

ଆଉ ମହିଳା ଜଣକ ଅଭିଜିତଙ୍କ ଗାଁ କୁ ଯାଇ ଗ୍ରାମ ବାସୀଙ୍କ ସହାୟତାରେ ଥାନା ଆଗରେ ବାହା ହୋଇଥିଲେ । କିନ୍ତୁ ବିବାହକୁ ମାସ ପୁରିଛି କି ନାହିଁ ଏବେ ଅଭିଜିତ୍ ତାଙ୍କ ଘରୁ ଫେରାର୍ ହୋଇଯାଇଛନ୍ତି । ଏଥିସହିତ ତାଙ୍କ ପରିବାର ଲୋକେ ତାଙ୍କ ବିବାହ ଅନ୍ୟତ୍ର କରିବାକୁ ଯାଉଛନ୍ତି ବୋଲି ମହିଳ ଜଣକ ଏବେ ଡିସିପିଙ୍କୁ ପାଖରେ ଅଭିଯୋଗ କରିଛନ୍ତି। ନ୍ୟାୟ ନ ମିଳିଲେ ରାଜରାସ୍ତାରେ ଆତ୍ମାହୁତି ଦେବି ବୋଲି ସେ ଧମକ ମଧ୍ୟ ଦେଇଛନ୍ତି ।

ମହିଳା ଜଣକ ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ଅଭିଜିତ୍ ଙ୍କୁ ବିବାହ କରିବାକୁ ଯାଉଥିଲେ । ତେଣୁ ଅଭିଜିତ୍ ଙ୍କ ପରିବାର ସେମାନଙ୍କ ବିବାହରେ ଅରାଜି ଥିଲେ । ହେଲେ ଅଭିଜିତ୍ ମହିଳାଙ୍କୁ ଆପଣାଇ ଥିଲେ । ତେଣୁ ଗ୍ରାମବାସୀ ଓ ମିଡିଆ ସାମନାରେ ଦୁହେଁ ବିବାହ କରିଥିଲେ । କିନ୍ତୁ ଏପରି କଣ ହେଲା ଯେ, ହଠାତ୍ କାହାକୁ ମିଛି ନ କହି ଅଭିଜିତ୍ କେଉଁଆଡେ ଚାଲିଗଲେ? ଯେହେତୁ ଯୁବକ ଜଣକ ମହିଳାଙ୍କ ଅତୀତ ସମ୍ପର୍କରେ ସବୁ ଜାଣିବା ପରେ ତାଙ୍କୁ ବିବାହ କରିଥିଲେ ତେଣୁ ଏବେ ହଠାତ୍ ଉଭାନ୍ ହୋଇଛନ୍ତି ନା ପରିବାରର ଚାପରେ ଆସି କୁଆଡେ ଚାଲିଯାଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *