ଅପରାଧରାଜ୍ୟ

ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା

ଉଦଳା : ଆର୍ଥିକ ଅନଟନରେ ଜର୍ଜରିତ ହୋଇ ମା’ ନେଲା ଚରମ ନିଷ୍ପତ୍ତି । ନିଜେ ବିଷ ପିଇବା ସହିତ ଦୁଇ ଶିଶୁ କନ୍ୟାଙ୍କୁ ପିଆଇ ଦେଲା ବିଷ । ଏଭଳି ଘଟଣା ଘଟିଛି ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ । ସୂଚନାଯୋଗ୍ୟ ଯେ, ଲାବଣ୍ୟଦେଇପୁର ଗ୍ରାମର ତୁରାମ ସିଂ ଦେବଗାଁଙ୍କର ସ୍ତ୍ରୀ ପୂର୍ଣ୍ଣିମା ସିଂ ଦେବଗାଁ ଗତ ବୁଧବାର ଦିନ ନିଜର ଦୁଇ ଶିଶୁ କନ୍ୟାଙ୍କୁ ବିଷ ପିଆଇବା ସହିତ ନିଜେ ବିଷ ପିଇଥିଲେ । ତାଙ୍କୁ ପ୍ରଥମେ ଉଦଳା ଏବଂ ପରେ ବାରିପଦାରେ ଚିକିତ୍ସାଧିନ ଥିବାବେଳେ ପୂର୍ଣ୍ଣିମାଙ୍କର ମୃତ୍ୟୁ ହୋଇଛି । ପୂର୍ଣ୍ଣିମାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇ ଆସିଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି । ଦୁଇ ଝିଅଙ୍କ ମଧ୍ୟରେ ଜଣେ ୪ ବର୍ଷ ଏବଂ ଜଣେ ୬ ବର୍ଷର ବୋଲି ଜଣାପଡିଛି । ତେବେ ପୂର୍ଣ୍ଣିମାଙ୍କ ସ୍ଵାମୀ ଗୁଜୁରାଟରେ ଦାଦନ ଖଟୁଥିବା ବେଳେ କରୋନା ମହାମାରୀ କାରଣରୁ ଘରକୁ ଫେରି ଆସିଥିଲେ । ସେବେଠାରୁ କୌଣସି କାମଧନ୍ଦା ନ ପାଇ ଘରେ ରହିଥିବା ବେଳେ ଘରେ ଆର୍ଥିକ ଅନଟନ ଲାଗି ରହିଥିଲା । ଯାହା ଫଳରେ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଖବର ପାଇ ଶରତ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *