ଦେଶ- ବିଦେଶ

ତାଲିବାନଙ୍କ କାର୍ଯ୍ୟକଳାପ ଉପରେ ନିର୍ଭର କରେ ବୈଶ୍ୱିକ ସମୂଦାୟଙ୍କ ସହ ସେମାନଙ୍କ ସମ୍ପର୍କ : ଏଣ୍ଟନୀ ବ୍ଲିକଙ୍କନ

ନ୍ୟୁୟର୍କ :  ତାଲିବାନ ବୈଦ୍ଧତା ଚାହୁଁଛନ୍ତି, ଅନ୍ତରାଷ୍ଟ୍ରୀୟ ସମୂଦାୟଙ୍କ ସମର୍ଥନ ଚାହୁଁଛନ୍ତି। ତେବେ ଅନ୍ତର୍ଜାତୀୟ ସମୂଦାୟଙ୍କ ସହ ତାଲିବାନଙ୍କ ସମ୍ପର୍କ ଓ କାର୍ଯ୍ୟକଳାପ ହିଁ ସେମାନଙ୍କୁ ପରିଭାଷିତ କରିବ। କେବଳ ଆମେ (ଆମେରିକା) ନୁହେଁ ସୁରକ୍ଷା ପରିଷଦଙ୍କ ସଦସ୍ୟ ଦେଶଙ୍କ ସମେତ ସମଗ୍ର ବିଶ୍ୱ ଏବେ ଏହା ଦେଖିବାକୁ ଚାହୁଁଛନ୍ତି ବୋଲି ଯୁକ୍ତରାଷ୍ଟ୍ର ସେକ୍ରେଟାରୀ ଅଫ ଷ୍ଟେଟ୍‌ ଏଣ୍ଟନୀ ବ୍ଲିଙ୍କନ କହିଛନ୍ତି। ତେବେ ଗଣମାଧ୍ୟମରେ ତାଙ୍କର ଏହି ମନ୍ତବ୍ୟ ଗତ ଅଗଷ୍ଟ ୩୦ରେ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ପ୍ରସ୍ତାବରେ ମଧ୍ୟ ଏହା ପରିଲକ୍ଷିତ ହେଉଛି ବୋଲି ବ୍ଲିଙ୍କନ କହିଛନ୍ତି।  ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ ସଦସୀୟ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆଫଗାନିସ୍ତାନ ନେଇ ପ୍ରସ୍ତାବ ସଂଖ୍ୟା ୨୫୯୩କୁ ସ୍ୱୀକୃତ କରାଯାଇଥିଲା। ପ୍ରସ୍ତାବ ଅନୁସାରେ ଆଫଗାନିସ୍ତାନ ତା ମାଟିକୁ କୌଣସି ଦେଶଙ୍କୁ ଧମକାଇବା, ଆକ୍ରମଣ କରିବା, ଆତଙ୍କବାଦକୁ ସରଣ, ପ୍ରଶିକ୍ଷଣ, ଷଡୟନ୍ତ୍ର ଅଥବା ଆର୍ଥିକ ସହାୟତା ନିମନ୍ତେ ଯେପରି ଉପଯୋଗ ନ କରେ। ତେବେ ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସମୂଦାୟଙ୍କ ଏକତା ରକ୍ଷା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ ଆହ୍ୱାନ ବୋଲି ସେ କହିଛନ୍ତି।  ଜାତିସଂଘ ମହାସଭାର ୭୬ତମ ବାର୍ଷିକ ସମ୍ମିଳନୀ ସମେତ ଜି-୨୦ ବୈଠକରେ ମଧ୍ୟ ଆଫଗାନିସ୍ତାନ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ତେବେ ଆଫଗାନିସ୍ତାନ ଲାଗି କେବଳ ସମର୍ଥନ ନୁହେଁ ସ୍ଥିର ଓ ସୁରକ୍ଷିତ ଆଫଗାନିସ୍ତାନ ଲାଗି ତାଲିବାନର ନିଜର ସଂକଳ୍ପ ମଧ୍ୟ ରହିବା ଦରକାର ବୋଲି ବ୍ଲିଂକନ କହିଛନ୍ତି।

Leave a Reply

Your email address will not be published. Required fields are marked *