ଦେଶ- ବିଦେଶ

ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂ-ସ୍ଖଳନ, ୧୦ ମୃତ

ଶିମଲା :  ହିମାଚଳ ପ୍ରଦେଶରେ ଗତ ବୁଧବାର ରାତିରୁ ବର୍ଷା ଜାରି ରହିଛି। ଭୀଷଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହେଲାଣି। ଶିମଲା ଓ କିନ୍ନୋର ଜିଲ୍ଲାରେ ଭୂ-ସ୍ଖଳନ ଯୋଗୁ ଯାତାୟାତ ପ୍ରଭାବିତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚଳନା ନିର୍ଦ୍ଦେଶକ ସୁଦେଶ କୁମାର ଗୁରୁବାର ବର୍ଷା ବେଳେ କିନ୍ନୋର ଜିଲ୍ଲାର ପୂବାରୀ ଓ କାଜା ମଧ୍ୟରେ ଭୂ-ସ୍ଖଳନ ହୋଇଥିଲା। ଫଳରେ ମୁଖ୍ୟ ଯୋଗାଯୋଗ ମାର୍ଗ ଅବରୋଧ ହୋଇଥିବା ସୂଚିତ କରିଛନ୍ତି । ସୁଦେଶ କୁମାରଙ୍କ ଅନୁସାରେ ଗୁରୁବାର ଶିମଲାରେ ମଧ୍ୟ ଭୂ-ସ୍ଖଳନ ହୋଇଥିଲା। ହୋମଗାର୍ଡ କାର୍ଯ୍ୟାଳୟ ନିକଟରେ ହୋଇଥିବା ସ୍ଖଳନ ଲାଗି ସମ୍ପୃକ୍ତ ରାସ୍ତା ଅବରୋଧ ହୋଇଯାଇଥିଲା। ଶୁକ୍ରବାର ସେଠାରୁ ଧସିପଡିଥିବା ମାଟି ହଟିବା ପରେ ରାସ୍ତାରେ ଯାନବାହନ ଚଳାଚଳ ସୁଗମ ହୋଇଛି। ରାଜ୍ୟରେ ଶୁକ୍ରବାର ମଧ୍ୟ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ବିଳାଶପୁରର ନୈନା ଦେବୀଠାରେ ସର୍ବାଧିକ ୧୮୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୋଲନର କାଣ୍ଡଘାଟରେ ୬୫.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଶିମଲା ୫୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ପାହାଡି ଛରଣା ସବୁ ଫିଟିଯିବା ଯୋଗୁ ଅନେକ ସ୍ତାନରେ ରାସ୍ତା ଭାସି ଯାଇ ଯୋଗାଯୋଗ ବିଛିନ୍ନ ହୋଇଛି। ଏଣୁ ପ୍ରଭାବିତ ଅଞ୍ଚଳକୁ ପ୍ରବେଶ ସମ୍ଭବ ହେଉ ନାହିଁ।  

Leave a Reply

Your email address will not be published. Required fields are marked *