ରାଜନୀତିରାଜ୍ୟ

ପିପିଲି ଉପନିର୍ବାଚନ: ଆଜିଠାରୁ ପୋଷ୍ଟାଲ ମତଦାନ ଆରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଛି । ବାଲାଟ ପେପରରେ ମତଦାନ ଆଜିଠାରୁ ଆରମ୍ଭ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ’୮୦ରୁ ଅଧିକ ବୟସ, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତଙ୍କ ପାଇଁ ଏହି ବ୍ୟବସ୍ଥା ରହିଛି । ମାଇକ୍ରୋ ଅବଜରଭର, ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମତ ଗ୍ରହଣ କରିବେ । ପୋଷ୍ଟାଲ ବାଲାଟ ପେପରରେ ମତଦାନ ପ୍ରକ୍ରିୟା ୫ ଦିନ ଧରି ଚାଲିବ । ତେବେ ପିପିଲି ଉପନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍ । ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଏହା ସହିତ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଛି ।

Leave a Reply

Your email address will not be published. Required fields are marked *