ଅପରାଧରାଜ୍ୟ

ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ୨୮ ବର୍ଷୀୟା ମହିଳାଙ୍କ ସମେତ ୫ ଓ ୩ ବର୍ଷର ଦୁଇ ଝିଅଙ୍କ ମୃତଦେହ ଠାବ କରାଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ା ଘରୁ ମିଳିଛି ମୃତଦେହ । ଘରୁ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ୍ ଜାରି ରଖିଛି ବ୍ରଜରାଜନଗର ଥାନା ପୋଲିସ । ତେବେ ମୃତକ ହେଉଛନ୍ତି ମାଆ ସୋନି ପୋଦାର ଏବଂ ୨ ଝିଅ ମୁସ୍କାନ ଓ ରାଧିକା। ଅନ୍ୟପଟେ ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଏବେ ଫେରାର ଥିବା ଜଣାପଡିଛି। ସ୍ୱାମୀ ନାରାୟଣ ପୋଦାର ୩ ଜଣଙ୍କୁ ହତ୍ୟା କରିବା ପରେ ଫେରାର ହୋଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *