ଦେଶ- ବିଦେଶବାଣିଜ୍ୟ

ଦମ୍‌ଦାର ଫିଚର ସହ ଲଞ୍ଚ୍‌ ହେବ ଆପଲ୍ ଆଇଫୋନ ୧୩

ନୂଆଦିଲ୍ଲୀ : ଆପଲ୍ ଆଇଫୋନ ୧୩ ସିରିଜର ବିକ୍ରି ସେପ୍ଟେମ୍ୱର ୨୫ରୁ ଆରମ୍ଭ ହେବ । ଯେଉଁ ଗ୍ରାହକ ମାନେ ଏହାକୁ ପ୍ରିବୁକ କରିଥିଲେ ସେମାନଙ୍କ ପାଇଁ କମ୍ପାନୀ ୨୪ ସେପ୍ଟେମ୍ୱରରୁ ଡେଲିଭରି ଆରମ୍ଭ କରିବ। ଯଦି ଆପଣ ବି ଆଇଫୋନ ୧୩ କିଣିବେ ବୋଲି ଭାବୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ଅଛି। କମ୍ପାନୀ ଏହି ସିରିଜର ସ୍ମାର୍ଟ ଫୋନରେ କୌଣସି ଫ୍ଲାଟ ଡିସକାଉଣ୍ଟ ଦେଉନାହିଁ। ତଥାପି ଏହାକୁ ଆପଣ ୬୦୦୦ ଟଙ୍କା କ୍ୟାସବ୍ୟାକ୍‌ରେ କିଣି ପାରିବେ। ଗତବର୍ଷ ଲଞ୍ଚ ହୋଇଥିବା ଆଇଫୋନ ୧୨ ତୁଳନାରେ ଚଳିତ ବର୍ଷ ଲଞ୍ଚ ହୋଇଥିବା ଆଇଫୋନ ୧୩ ସିରିଜ୍ର ମୂଲ୍ୟ କମ୍ପାନୀ ପରିବର୍ତ୍ତନ କରିନାହିଁ । ଏହା ସତ୍ତ୍ୱେବି ଗ୍ରାହକଙ୍କ ପାଇଁ ଆଇଫୋନ ୧୩ ସିରିଜ୍ର ଯେକୌଣସି ବି ଫୋନ କିଣିବା ମହଙ୍ଗା ପଡ଼ିବ। ଏପରି ଭାବେ ଯଦି ଆପଣ ଚାହୁଁଛନ୍ତି ନୂଆ ଆଇଫୋନ ଆପଣଙ୍କୁ କିଛି ରିହାତିରେ ମିଳୁ ତେବେ କିଛି ଉପାୟ ଅପଣ ଫଲୋ କରିପାରିବେ । ବିକ୍ରୟ ଆରମ୍ଭରେ ଆଇଫୋନ ୧୩ ସିରିଜ୍ର ଅଧୀକ ଷ୍ଟୋରେଜ୍ ଭେରିଆଣ୍ଟକୁ କମ୍ପାନୀ ଉପଲବ୍ଧ କରାଉଛି। ବର୍ତ୍ତମାନ ଆଇଫୋନ ୧୩ ଓ ଆଇଫୋନ ୧୩ ମିନିର ୧୨୮ଜିବି ଭାରିଆଣ୍ଟର ଫୋନ ପ୍ରି ବୁକିଙ୍ଗ ପାଇଁ ଉପଲବ୍ଧ ନାହିଁ। କମ୍ପାନୀ ବିକ୍ରି ପାଇଁ ଆଇଫୋନ ୧୩ ପ୍ରୋ ଓ ପ୍ରୋମାକ୍ସକୁ ଉପଲବ୍ଧ କରିଛି। କିନ୍ତୁ ଏହି ଦୁଇଟି ମଡେଲ ବର୍ତ୍ତମାନ ଉପଲବ୍ଧ ନାହିଁ । ଏହି ଦୁଇଟି ଫୋନ ବଜାରକୁ ଆସିବା ପାଇଁ ୫ ରୁ ୬ ସପ୍ତାହ ଲାଗିବ।

Leave a Reply

Your email address will not be published. Required fields are marked *