ଅପରାଧରାଜ୍ୟ

ଦୋକାନ ବାରଣ୍ଡାରେ ଯୁବକଙ୍କ ଗଳାକାଟି ହତ୍ୟା

ମୁନିଗୁଡା : ବନ୍ଦ ଥିବା ଦୋକାନ ବାରଣ୍ଡାରେ ଯୁବକଙ୍କୁ ଗଳା କାଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରଘୁବାରୀ ଗ୍ରାମରେ । ମଙ୍ଗଳବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦୋକାନୀ ଜଣଙ୍କ ଦୋକାନ ବନ୍ଦ କରି ଘରକୁ ଯିବା ପରେ ସେହି ଦୋକାନ ବାରଣ୍ଡାରେ ଶିବ ଡଙ୍ଗରୀ ନାମକ ଯୁବକ ଜଣକ ବସିଥିଲେ । ସେହି ସମୟରେ କେହି ତାଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡିଛି । ମୃତ ଶିବଙ୍କ ପରିବାର ଲୋକେ କୌଣସି କାମରେ ବାହାର ଗ୍ରାମକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକଙ୍କର କାହା ସହ ପୂର୍ବ ଶତ୍ରୁତା ନଥିବା ପରିବାର ଲୋକ କହିଛନ୍ତି । ନିକଟ ପତ୍ରାପଡା ଗ୍ରାମର ବାରିକ ସାହୁକୁ ପରିବାର ଲୋକ ସନ୍ଦେହ କରି ଥାନାରେ ଲିଖିତ ଭାବେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

Leave a Reply

Your email address will not be published. Required fields are marked *