ମହାନଗରରାଜ୍ୟ

ଏଏସଆଇ ଓ ଏସଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : କମିଶନରେଟ ପୋଲିସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ଏଏସଆଇ ଓ ଏସଆଇ ସ୍ତରରେ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ୬୦ ଅଧିକାରୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଅଦଳବଦଳ କରିଛନ୍ତି ଡିସିପି । ଦୀର୍ଘଦିନ ଧରି ପୋଲିସ ଅଧିକାରୀମାନେ ବିଭିନ୍ନ ଥାନାରେ ଏକାଧିକ ଦିନ ରହିଥିଲେ ।କ୍ୟାପିଟାଲ ଥାନାରୁ ଏସଆଇ ସନ୍ତୋଷିନୀ ବେହେରାଙ୍କୁ ସହିଦନଗରକୁ ବଦଳି କରାଯାଇଛି । ସେହିପରି ଲିଙ୍ଗରାଜ ଥାନାରୁ ଏସଆଇ ସନ୍ତୋଷ ନାୟକଙ୍କୁ ତମାଣ୍ଡୋର ଦାୟିତ୍ୱ ଦିଆଯାଇଛି। ଖଣ୍ଡଗିରିରୁ ନିରଞ୍ଜନ ଓଝା ଜଟଣୀ ଯାଇଥିବା ବେଳେ ବାଲିଅନ୍ତାରୁ ଜଟଣୀ ଯାଇଛନ୍ତି ପ୍ରଫୁଲ ସାହୁ ।

Leave a Reply

Your email address will not be published. Required fields are marked *