ରାଜନୀତିରାଜ୍ୟ

ପାଟଣାଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବବି ଦାସ ଓ ସୁଶାନ୍ତ ସିଂଙ୍କ ସମୀକ୍ଷା

ପାଟଣାଗଡ଼ :ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼ , ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲ ରେ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯିବ । ଏ ପରିପେକ୍ଷିରେ ଓଡିଶା ପୁଲିସ ବିଭାଗ ତରଫରୁ ଆଜି ସକାଳୁ ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ଏସଡିପିଓ, ଥାନାଅଧିକାରୀ,ଏସଆଇ, ଏଏସଆଇ ସମେତ ୧୦ ପ୍ଲାଟୁନ୍ ଫୋର୍ସ ରମାଇଁ ହାଇସ୍କୁଲ ପଡିଆରେ ମକ୍ ଡ୍ରିଲ କରିଛନ୍ତି ।

ଆଜି ମଧ୍ୟାନ୍ନ ୧୨ଟାରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ସହିତ ପାଟଣାଗଡ ବିଜେଡି କାର୍ୟ୍ୟାଳୟରୁ ବାହାରି ରମାଇଁ ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମ ପାଇଁ ହେଉଥିବା କାମର ସମୀକ୍ଷା କରିଥିଲେ। ପୁଲିସ ବିଭାଗ ତରଫରୁ ପାଟଣାଗଡ ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *