ରାଜ୍ୟ

ରାଜ୍ୟରୁ କରୋନା ପୁଣି ନେଲା ୫ ଜଣଙ୍କର ଜୀବନ

ଭୁବନେଶ୍ୱର : ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୪୬କୁ ବୃଦ୍ଧି ପାଇଛି । ଅନୁଗୁଳ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *