ରାଜନୀତିରାଜ୍ୟ

କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି

କୋରାପୁଟ : ଆନ୍ଧ୍ରପ୍ରଦେଶ କୋଟିଆ ପଞ୍ଚାୟତ ନିର୍ବାଚନ ସହ ଓଡ଼ିଶା ସରକାରଙ୍କ କୌଣସି ସମ୍ପୃକ୍ତି ନାହିଁ । ଓଡ଼ିଶାରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ଓ୍ବାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଓଡିଶା ତରଫରୁ ପ୍ରତିନିଧି ଭାଗନେବେ । ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଉଛି । ଜିଲ୍ଲା ପ୍ରଶାସନ ତରଫରୁ କୋରାପୁଟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *