ଖେଳ

ବାରବାଟୀକୁ ଫେରିଲା ଟି-୨୦

କଟକ : କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ । ଆସନ୍ତା ୨୦୨୨ରେ ଭାରତୀୟ ଦଳ କଟକରେ ମ୍ୟାଚ ଖେଳିବ ବୋଲି କୁହାଯାଇଛି । ୨୦୨୨ ଫେବୃୟାରୀ ୧୫ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ମୁକାବିଲା ଖେଳାଯିବ ।
୨୦୨୨ରେ ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତରେ ଆସି ୩ଟି ଟି-୨୦ ମ୍ୟାଚ ଖେଳାଯିବ । ବାରବାଟୀ ଷ୍ଟାଡିୟମରେ ଅଦ୍ୟାବଧି ୧୯ଟି ଦିନିକିଆ ମ୍ୟାଚ ଖେଳାଯାଇଥିବା ବେଳେ ୨ଟି ଲେଖାଏଁ ଟେଷ୍ଟ ଓ ଟି-୨୦ ମୁକାବିଲା ଖେଳାଯିବ ।

Leave a Reply

Your email address will not be published. Required fields are marked *