ଦେଶ- ବିଦେଶ

ପାକିସ୍ତାନରେ ହିନ୍ଦୁ ପରିବାରକୁ ନିର୍ଯ୍ୟାତନା

ନୂଆଦିଲ୍ଲୀ : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଏକ ମସଜିଦରୁ ପାଣି ନେବା କାରଣରୁ ଏକ ହିନ୍ଦୁ ଚାଷୀ ପରିବାର ମୁସ୍କିଲରେ ପଡିଯାଇଛି। କିଛି ଲୋକେ ଧାର୍ମିକ ସ୍ଥଳର ପବିତ୍ରତା ଉଲ୍ଲଙ୍ଘନ କରିଥବା କହି ତାଙ୍କୁ ନିର୍ଯ୍ୟାତନା ଦିଆଯାଇଛି ଓ ବନ୍ଧକ ରଖାଯାଇଛି। ଡନ ଖବର ଅନୁଯାୟୀ, ପଞ୍ଜାବର ରହିମୟାର ଖାନ ସହରରେ ରହୁଥିବା ଆଲମ ରାମ ଭୀଲ ନିଜ ପତ୍ନୀ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏକ କ୍ଷେତରେ କପା ତୋଳିବା କାମ କରୁଥିଲେ। ପରିବାର ଏକ ନଳାରୁ ପାଣି ଆଣିବାକୁ ନିକଟସ୍ଥ ଏକ ମସଜିଦ ବାହାରକୁ ଯିବାରୁ କିଛି ସ୍ଥାନୀୟ ଜମିଦାର ତାଙ୍କୁ ପିଟିଥିଲେ। ପରିବାର କପା କାମ ସାରି ଘରକୁ ଫେରୁଥିବାବେଳେ ଜମିଦାର ତାଙ୍କୁ ନିଜ ଘରେ ବନ୍ଧକ ରଖି ମସଜିଦର ପବିତ୍ରତା ଉଲ୍ଲଙ୍ଘନ କରିଥିବା କହି ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ।

ଭୀଲ କହିଛନ୍ତି, ପୋଲିସ ମାମଲା ରୁଜ୍ଜୁ କରଲାନାହିଁ। କାରଣ ଆକ୍ରମଣକାରୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତେହେରିକ୍-ଏ-ଇନସାଫ୍ ଦଳର ଜଣେ ସ୍ଥାନୀୟ ସାଂସଦଙ୍କ ସହ ଜଡିତ। ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଭୀଲ ସମ୍ପ୍ରଦାୟର ସଦସ୍ୟ ଓ ଜିଲ୍ଲା ଶାନ୍ତି ସମିତି ସଦସ୍ୟ ପିଟର ଜନ ଭୀଲଙ୍କ ସହ ଥାନା ବାହାରେ ଧାରଣା ଦେଇଛନ୍ତି। ଖବରକାଗଜ ଅନୁଯାୟୀ, ପିଟର ଜିଲ୍ଲା ଶାନ୍ତି କମିଟିର ଅନ୍ୟ ସଦସ୍ୟମାନଙ୍କୁ ଏହି ପ୍ରସଙ୍ଗରେ ଜରୁରୀ ବୈଠକ ଡାକିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ପିଟିଆଇର ଦକ୍ଷିଣ ପଞ୍ଜାବ ସଂଖ୍ୟାଲଘୁ ଦଳର ସାଧାରଣ ସମ୍ପାଦକ ଯୁଧିଷ୍ଠିର ଚୌହାନ କହିଛନ୍ତି ଯେ ଏହି ଘଟଣା ତାଙ୍କ ନଜରକୁ ଆସିଛି କିନ୍ତୁ ଶାସକ ଦଳର ସାଂସଦଙ୍କ ପ୍ରଭାବ ହେତୁ ସେ ଏଥିରେ ହସ୍ତକ୍ଷେପ କରିନାହାଁନ୍ତି। ଜିଲ୍ଲା ପୋଲିସ ଅଧିକାରୀ ଅସଦ ସରଫରାଜ କହିଛନ୍ତି ଯେ ସେ ମାମଲାର ଯାଞ୍ଚ କରୁଛନ୍ତି। ଡେପୁଟି କମିଶନର ଶାହାଜାଦ କହିଛନ୍ତି ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ସେ ସୋମବାର ଦିନ ହିନ୍ଦୁ ସମ୍ପ୍ରଦାୟର ବୟସ୍କଙ୍କୁ ଭେଟିବେ।

ଯେତେବେଳେ ଶାନ୍ତି କମିଟି ବିଷୟରେ ପଚରାଗଲା, ଅଧିକାରୀ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ଦାବି କରିଛନ୍ତି। ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ବାର ସଭାପତି ଫାରୁକ୍ ରିନ୍ଦ କହିଛନ୍ତି ଯେ ସମ୍ପ୍ରଦାୟର ଅଧିକାଂଶ ସଦସ୍ୟ କୃଷକ ଏବଂ ଅତ୍ୟନ୍ତ ଗରିବ। ରିନ୍ଦ କହିଛନ୍ତି ଅଭିଯୁକ୍ତ ଜମିଦାର ଛୋଟମୋଟ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଝଗଡା କରିବାରେ କୁଖ୍ୟାତ। ଆଇନଜୀବୀ ଅଭିଯୋଗକାରୀ ପରିବାରକୁ ମାଗଣାରେ ଆଇନଗତ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ପାକିସ୍ତାନର ହିଁସଉ ସଂଖ୍ୟାଲଘୁ ସମ୍ପ୍ରଦାୟ।

Leave a Reply

Your email address will not be published. Required fields are marked *