ରାଜ୍ୟ

୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର : ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ । ଏନେଇ ସବୁ ଭିସି ଓ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ଲେଖାଯାଇଛି । କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ନିଷ୍ପତି ନିଆଯାଇଛି । କ୍ଲାସରୁମ୍ ପାଠପଢ଼ା ନେଇ ଗାଇଡଲାଇନ୍ ଜାରି କରିଛି ବିଭାଗ । ଏଥିରେ କଣ୍ଟେନମେଣ୍ଟ ଜୋନ୍ ର ପିଲା ଓ ଶିକ୍ଷକ କଲେଜ୍ ଆସିବାକୁ ବାରଣ କରାଯାଇଛି । ଗାଇଡଲାଇନ୍ ରେ ମାସ୍କ, ସାନିଟାଇଜର୍, ଦୂରତ୍ୱ ପାଳ, କ୍ୟାମ୍ପସରେ ଛେପ ପକାଇବାକୁ ମନା କରାଯାଇଛି । ଜରୁରୀ ସ୍ଥିତି ପାଇଁ ସବୁ ଶିକ୍ଷାନୁଷ୍ଠାନରେ ଆଇସୋଲେସନ୍ ର ରୂମ୍ ରହିବ ।

Leave a Reply

Your email address will not be published. Required fields are marked *