ଦେଶ- ବିଦେଶମନୋରଞ୍ଜନ

ଚାହିଁଲେ ବି ସେ ଭୁଲଗୁଡିକୁ ସୁଧାରି ପାରିବିନି : ଶିଳ୍ପା

ମୁମ୍ବାଇ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଅଛନ୍ତି। ଶିଳ୍ପା ପାଇଁ ବର୍ତ୍ତମାନ ସମୟ ଭଲ ଚାଲିନି। ଏହି ପରିସ୍ଥିତିରୁ ବାହାରିବାକୁ ଲଗାତାର ଚେଷ୍ଟା କରୁଛନ୍ତି। ସ୍ୱାମୀ ଗିରଫ ହେବାପରେ ଶିଳ୍ପା ନିଜକୁ ଲୋକଙ୍କ ଠାରୁ ଓ ସୋସିଆଲ ମିଡ଼ିଆରୁ ଅଲଗା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଧୀରେ ଧୀରେ ପୁଣି ଇନଷ୍ଟାଗ୍ରାମରେ ଆକ୍ଟିଭ ହୋଇଯାଇଛନ୍ତି। ଇନଷ୍ଟାଗ୍ରାମରେ ସେ ପ୍ରେରଣାଦାୟକ ମେସେଜ ଦେଇଛନ୍ତି। ଇତି ମଧ୍ୟରେ ଶିଳ୍ପା ସେଟ୍ଟୀ ଇନଷ୍ଟା ଷ୍ଟୋରୀରେ ବହିର ଏକ ପୃଷ୍ଠା ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ଦିନ ଓ ସପ୍ତାହାନ୍ତ ଆରମ୍ଭକୁ ‘ନୂଆ ଅନ୍ତ’ ବୋଲି ଲେଖି ସମ୍ବୋଧିତ କରିଛନ୍ତି।

ଶିଳ୍ପା ସେଟ୍ଟୀଙ୍କ ନୋଟ ବୁକରେ ଲେଖାଯାଇଛି, କେହି ବି ପଛକୁ ଯାଇ ନୂଆ ଆରମ୍ଭ କରିପାରନ୍ତି ନାହିଁ। କିନ୍ତୁ ଏବେଠୁ ଆରମ୍ଭ କରି ଏକ ନୂଆ ଅନ୍ତ କରିପାରିବ। ନୋଟରେ ଆଗକୁ କୁହାଯାଇଛି ଯେ କିଭଳି ମଣିଷ ନିଜର ଭୁଲ ନିଷ୍ପତ୍ତି, ଭୁଲ କାମ ବିଷୟରେ ଭାବିବା ଓ ବିଶ୍ଳେଷଣ କରିବାରେ ସମୟ ନଷ୍ଟ କରିଦିଏ ଏବଂ ‘ଯଦି’ ଭଳି ଶବ୍ଦରେ ସୀମିତ ରହିଯାଏ। ନୋଟରେ ଆଗକୁ ଲେଖାଯାଇଛି, ଆମେ ଯେତେ ବିଚାର କଲେ ବି ସେହି ଭୁଲଗୁଡିକୁ ସୁଧାରି ପାରିବାନାହିଁ। ଆମେ ନିଜ ପୋଷ୍ଟକୁ ବଦଳାଇ ପାରିବାନି। କିନ୍ତୁ ଉତ୍ତମ ନିର୍ଣ୍ଣୟ ନେବାପାଇଁ ଆଗକୁ ବଢ଼ିପାରିବା। ଶେଷରେ ଲେଖାହୋଇଛି, ମୁଁ ଅତୀତରେ କରିଥିବା କାମଗୁଡିକୁ ପରିଭାଷିତ କରିବାର ଆବଶ୍ୟକତା ନାହିଁ। ଆମେ ଆମ ଭବିଷ୍ୟତକୁ ସେହିପରି କରିପାରିବା ଯେଉଁପରି ଆମେ ଚାହୁଁଛୁ। ନିକଟରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଯେଉଁଥିରେ ଶିଳ୍ପା ସେଟ୍ଟୀଙ୍କ ବୟାନ ସାମ୍ନାକୁ ଆସିଛି ଯାହା ସେ ପୋଲିସକୁ ଦେଇଥିଲେ। ପୋଲିସକୁ ସେ କହିଥିଲେ ଯେ ସେ ନିଜ କାମରେ ବ୍ୟସ୍ତ ଥିଲେ ଓ ତାଙ୍କ ସ୍ୱାମୀ କଣ କରୁଛନ୍ତି ସେ ସମ୍ପର୍କରେ ସେ କିଛି ଜାଣିନଥିଲେ।

Leave a Reply

Your email address will not be published. Required fields are marked *