ଦେଶ- ବିଦେଶରାଜନୀତି

ରାହୁଲ ଓ ମମତାଙ୍କ ଉପରେ ବର୍ଷିଲେ ଗିରିରାଜ

ବେଗୁସରାୟ : କେନ୍ଦ୍ରମନ୍ତ୍ରୀ ଗରିରାଜ ସିଂହ ପୁଣି ଥରେ ରାହୁଲ ଗାନ୍ଧି ଏବଂ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ବେଗୁସରାୟକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ବେଳେ ସେ ରାହୁଲ ଏବଂ ମମତାଙ୍କ ଉପରେ ବର୍ଷିଛନ୍ତି। ଗିରିରାଜ କହିଛନ୍ତି, ଏବେ ଭାରତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାକେନ୍ସି ନାହିଁ। ଦେଶବାସୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରିଛନ୍ତି। ରାହୁଲ ଗାନ୍ଧୀ ହୁଅନ୍ତି କି ମମତା ବାନାର୍ଜୀ ଯାହାଙ୍କୁ ବି ମୋଦୀଙ୍କ ବିରୋଧରେ ଛିଡ଼ା କରି ଲଢ଼ିବା କଥା ଲଢ଼ । ଏହା ସହ ସେ ଆହୁରି କହିଛନ୍ତି, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ୟୁପିଏ ସରକାର ଥିଲା ଯିଏକି ସବୁବେଳେ ବିବାଦରେ ରହିଥିଲା। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ସରକାର ଲୋକଙ୍କ ଆଶାର ସରକାର। ଭାରତର ସାଧାରଣ ନାଗରିକ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ବାସ କରିଛି ଏବଂ ବର୍ତ୍ତମାନ ସରକାର ବିକାଶ ଉପରେ ଗୁରୁତ୍ବ ଦେଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଟିଏମସିର ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ, ରାହୁଲ ନୁହେଁ ମମତା ବାନାର୍ଜୀ ମୋଦୀଙ୍କ ବିରୋଧୀ ଚେହେରା। ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧୀ ଅଯୋଗ୍ୟ କିନ୍ତୁ ମମତା ଦାବିଦାର ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *