ରାଜ୍ୟ

ହଟିଲା ସୁନ୍ଦରଗଡ ବନ୍ଦ ପାଳନ : ଜିଲ୍ଲାପାଳଙ୍କ ପଦକ୍ଷେପ ପରେ ଟ୍ରକ୍ ମାଲିକ ସଙ୍ଘର ନିଷ୍ପତ୍ତି

ସୁନ୍ଦରଗଡ :  ହଟିଲା ବନ୍ଦ ପାଳନ । ଦାବି ପୂରଣ ନେଇ ଜିଲ୍ଲାପାଳ ପଦକ୍ଷେପ ନେବା ପରେ ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଶେଷ ହୋଇଛି ।  ସୂଚନା ଅନୁସାରେ, ଶୁକ୍ରବାର ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଥିଲା ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ । ତେବେ ଜରୁରୀ କାଳିନ ସେବାକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିଲା । ଗାଡି ଚଳାଚଳ ଠପ୍‌ ସହ ସମସ୍ତ ପେଟ୍ରୋଲ ପମ୍ପ୍ ମଧ୍ୟ ଖୋଲି ନଥିଲା । ସଙ୍ଘ ଅଭିଯୋଗ କରିଥିଲା ଯେ, ହେମଗିରୀ ବ୍ଳକ ଅଞ୍ଚଳରେ ଥିବା  ମହାନଦୀ କୋଲ ଫିଲ୍ଡ  ଲିମିଟେଡ଼ ଖଣିରୁ କୋଇଲା ପରିବହନରେ ଟ୍ରକ ମାଲିକମାନଙ୍କୁ  ପରିବହନ  ସଂସ୍ଥା ସରକାରୀ ଧାର୍ଯ୍ୟ କରିଥିବା ଭଢ଼ା ଦେଉ ନାହାଁନ୍ତି। ସେହିପରି କୋଇଲା ପରିବହନ କରୁଥିବା ଟ୍ରକକୁ ଦିଆଯାଉଥିବା,  ଚାଲାଣରେ ଦର ଉଲ୍ଲେଖ କରାଯାଉ ନଥିବା, କୋଇଲା ଲୋଡ଼ ପାଇଁ ଟ୍ରକ୍ ଗୁଡିକୁ ଟୋକନ ଠିକ ସେ ମିଳୁନଥିବା ଓ  ଟୋଲ ଗେଟ୍ ପଇସା ଟ୍ରକ ମାଲିକ ହାତରୁ ଦେଇଥିବା ସଙ୍ଘ ଅଭିଯୋଗ କରିଥିଲା । ଏହି ୪ ଦଫା ଦାବି ନେଇ ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ଡାକରା ଦେଇଥିଲା । ତେବେ ଜିଲ୍ଲାପାଳଙ୍କ ସହ ଟ୍ରକ୍ ସଙ୍ଘ ମାଲିକଙ୍କ ଆଲୋଚନା କରିଥିଲେ । ଜିଲ୍ଲାପାଳ ସମସ୍ତ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ପଦକ୍ଷେପ ନେଇଥିଲେ । ଏହାପରେ  ଦିନ ୧ଟା ବେଳେ ବନ୍ଦ ହଟିଥିଲା ।

Leave a Reply

Your email address will not be published. Required fields are marked *