ଦେଶ- ବିଦେଶବାଣିଜ୍ୟରାଜ୍ୟ

କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ?

ନୂଆଦିଲ୍ଲୀ : ଆଜି ଲଖନଉରେ ବସ୍ତୁ ଓ ସେବା କର(ଜିଏସଟି) ପରିଷଦର ବୈଠକ ପୂର୍ବାହ୍ନ ୧୧ଟାରୁ ଜାରି ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସବୁଠୁ ବଡ ପ୍ରସଙ୍ଗ ହେଉଛି ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ କି ନାହିଁ । ଏହା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଯଦି ଇନ୍ଧନ ଜିଏସଟି ପରିସରଭୁକ୍ତ ହୋଇଯାଏ ତେବେ ପେଟ୍ରୋଲ ୨୮ ଟଙ୍କା ଏବଂ ଡିଜେଲ୍ ୨୫ ଟଙ୍କା ଶସ୍ତା ହୋଇପାରେ । ଏବେ ଦେଶର ଅନେକ ସହରରେ ପେଟ୍ରୋଲ ୧୧୦ ଏବଂ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କା ରହିଛି । ଏଥିସହ ଅନେକ ସାମଗ୍ରୀ ଉପରେ ଜିଏସଟିର ସମୀକ୍ଷା କରାଯାଇପାରେ । ଏଥିରେ ଅନଲାଇନ୍ ଫୁଡ ଡେଲିଭରି ସାମିଲ । କୁହାଯାଉଛି ଅନଲାଇନ ଫୁଡ୍ ଡେଲିଭରି ଉପରେ ଜିଏସଟି ବୃଦ୍ଧି କରାଯାଇପାରେ । ଏମିତି ହେଲେ ଅନଲାଇନ ଖାଦ୍ୟ ମଗାଇବା ମହଙ୍ଗା ହୋଇଯିବ ।

Leave a Reply

Your email address will not be published. Required fields are marked *