ଅପରାଧରାଜ୍ୟ

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା

ଗଜପତି : ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ହାଟରେ ଅଘଟଣ । ଜିରାଙ୍ଗ ସାପ୍ତାହିକ ହାଟରେ  ଯୁବକକୁ ଛୁରାମାଡ। ଜନଗହଳି ପୂର୍ଣ୍ଣ ହାଟରେ ଛୁରାମାଡ କରିଛି ଆକ୍ରମଣକାରୀ । ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଉଛନ୍ତି ରାସିବାଡ ଗ୍ରାମର ଅଜାମ୍ବର ଦାଣ୍ଡିଆଙ୍କ ପୁଅ ରଞ୍ଜିତ ଦାଣ୍ଡିଆ । ପୋଲିସ ଆକ୍ରମଣକାରୀଙ୍କୁ କାବୁ କରିଥିବା ବେଳେ ଆକ୍ରମଣକାରୀ ବାପୁନୀ ଆଚାରୀ ବୋଲି ଜଣାପଡିଛି । ଅଭିଯୁକ୍ତ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଆକ୍ରମଣକାରୀକୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ବିବାହ ପୂର୍ବରୁ ସୁଚିତ୍ରା ଦଣ୍ଡିଆକୁ ପ୍ରେମ ନିବେଦନ କରି ଆସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ପୁଅ ସହ ସୁଚିତ୍ରାର ବିବାହ ହୋଇଥିଲା । ଇତି ମଧ୍ୟରେ ଆକ୍ରମଣକାରୀ  ସୁଚିତ୍ରାକୁ ବାପିନୀ ହଇରାଣ ହରକତ କରୁଥିବା ବେଳେ ଶୁକ୍ରବାର ସ୍ବାମୀ ସହ ଜିରାଙ୍ଗ ହାଟକୁ ଆସିବା ସମୟରେ ଅତର୍କିତ ଭାବେ ସ୍ବାମୀ ରଞ୍ଜିତକୁ ଛୁରାରେ ଆକ୍ରମଣ କରିଥିଲା ବୋଲି କହିଛନ୍ତି ରଞ୍ଜିତଙ୍କ ସ୍ତ୍ରୀ ଓ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *