ଅପରାଧରାଜ୍ୟ

ମେଡିକାଲରେ ଗୁଣ୍ଡା ଗର୍ଦି ପଡିଲା ମହଙ୍ଗା

ଚଣ୍ଡିଖୋଲ : ମେଡିକାଲରେ ଗୁଣ୍ଡା ଗର୍ଦି କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ନେତା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ବିଜେପି ନେତା ଯଶଦୀପ୍ତ ସାମଲ ଓ ସହଯୋଗୀ ଅଧୀର ଜେନାଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଯଶୋଦୀପ୍ତ ଓ ତାଙ୍କ ସହଯୋଗୀ ଗୋପାଳପୁର ମେଡିକାଲରେ ପଶି କିଛି ସ୍ବାସ୍ଥ୍ୟ କର୍ମୀଙ୍କୁ ଆଶାଳୀନ ବ୍ୟବହାର କରିବା ସହ ମାରପିଟ କରିଥିବା ନେଇ ମେଡିକାଲ ଅଧିକାରୀ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଚନ୍ଦ୍ରପୁର ପୋଲିସ ଅଭିଯୋଗ ଆଧାର କରି ଶୁକ୍ରବାର ଯଶୋଦୀପ୍ତ ସାମଲ ଓ ତାଙ୍କ ସହଯୋଗୀ ଅଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେପି ନେତା ଯଶୋଦୀପ୍ତ ସାମଲଙ୍କ ପତ୍ନୀ ବଡ଼ଚଣା ବ୍ଲକର ଉପାଧ୍ୟକ୍ଷା ଅଟନ୍ତି । ଯଶୋଦୀପ୍ତ ବଡ଼ଚଣା ବିଜେପିର ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହ ଦେଖିବାକୁ ମିଳିଥିଲା । ହେଲେ ବିଜେପି ନେତାଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *