ଦେଶ- ବିଦେଶ

ତାଲିବାନ ବ୍ୟାପାରରେ ମୁଣ୍ଡ ଖେଳାଇବୁନି: ଚୀନ୍‌

ବେଜିଂ: ଆଫଗାନିସ୍ତାନରେ ନୂତନ ସରକାର ଗଠନ ହୋଇସାରିଥିଲେ ସୁଦ୍ଧା ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ଶପଥଗ୍ରହଣ ହୋଇପାରିନାହିଁ । ଏଥିପାଇଁ ତାଲିବାନର ଗୋଟିଏ ଗୋଷ୍ଠୀ ପାକିସ୍ତାନ ଓ ଚୀନ୍‌କୁ ପରୋକ୍ଷରେ ଦାୟୀ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ କହିଛି ଯେ ଆଫଗାନିସ୍ତାନ ବ୍ୟାପାରରେ ସେମାନେ ମୁଣ୍ଡ ଖେଳାଇବାକୁ ଆଦୌ ଆଗ୍ରହୀ ନୁହନ୍ତି । ଆଫଗାନିସ୍ତାନର କାମଚଳା ବିଦେଶମନ୍ତ୍ରୀ ଅମୀର ଖାନ୍ ମୁତାକ୍ୱିଙ୍କ ସହ ଆଲୋଚନା ସମୟରେ କାବୁଲରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ୱଙ୍ଗ୍ ୟୁ ଏହା କହିଥିବା ପ୍ରକାଶ । ଆଫଗାନିସ୍ତାନର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ଚୀନ୍ ସମ୍ମାନ ଜଣାଇବା ସହ ଆଫଗାନବାସୀଙ୍କ ଉନ୍ନତି ପ୍ରକ୍ରିୟାରେ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଚୀନ୍ ପ୍ରତିଶ୍ରୁତି ମଧ୍ୟ ଦେଇଛି । ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନର ପ୍ରଥମ ଦଫା ଶାସନରେ ଏହି ମନ୍ତ୍ରଣାଳୟ ଦେଶରେ ଆତଙ୍କ ସୃଷ୍ଟି କରିଥିଲା । ଚୋରଙ୍କ ହାତ କଟାଯିବା, ବଳାତ୍କାରୀ ତଥା ଅନୈତିକ ସମ୍ପର୍କରେ ଲିପ୍ତ ଥିବା ପୁରୁଷ ଓ ମହିଳାଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯିବା ଭଳି ଲୋମହର୍ଷଣକାରୀ ଘଟଣା ସେତେବେଳେ ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ସେହି ନିୟମର ପୁନଃପ୍ରଚଳନ କରାଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି । ଅପରାଧର ଗୁରୁତ୍ୱକୁ ବିଚାରକୁ ନେଇ ଅପରାଧୀଙ୍କୁ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି । ଇସଲାମିକ୍ ଆଇନ ଅନୁଯାୟୀ ଅପରାଧୀଙ୍କୁ ଚାବୁକ୍‌ମାଡଠାରୁ ଆରମ୍ଭ କରି ସର୍ବସାଧାରଣରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *