ଅପରାଧଦେଶ- ବିଦେଶ

ଘରକୁ ଆସୁଥିଲା, ବାପା-ମା’ ନଥିଲାବେଳେ…..

ପାଲଘର : ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ୧୫ ବର୍ଷୀୟ କିଶୋରୀ ଗର୍ଭବତୀ ହେବାପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଗୁରୁବାର ଦିନ ପୋଲିସ କହିଛି ଯେ ପଡିଶା ଘରେ ରହୁଥିବା ଜଣେ ଯୁବକ କିଶୋରୀଙ୍କ ସହ ଅନେକଥର ଦୁଷ୍କର୍ମ କରିଛି। ଅପରାଧ ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ହୋଇଛି ବୋଲି ପୋଲିସ କହିଛି। ଅଭିଯୁକ୍ତ ୨୦ ବର୍ଷୀୟ ଯୁବକକୁ ବୁଧବାର ଦିନ ଗିରଫ କରାଯାଇଛି।

ପାଲଘର ଜିଲ୍ଲା ଗ୍ରାମୀଣ ନିୟନ୍ତ୍ରଣ କକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତା ନିକଟରେ ପେଟରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ତାଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ତାପରେ ପରିବାର ଲୋକେ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପୀଡିତା ଘରଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଘରଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ।

ବୁଧବାର ଦିନ ପୀଡିତାଙ୍କ ପରିବାର ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଯୁବକ ପୀଡିତାଙ୍କ ଘରକୁ ଯିବା ଆସିବା କରୁଥିଲା। ପୀଡିତାଙ୍କ ବାପା-ମା’ ଘରେ ନଥିବା ସମୟରେ ସେ ଏହି ଅପରାଧ କରିଛି ବୋଲି ଅଧିକାରୀ କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ଓ ତା’ ବିରୋଧରେ ପୋକସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

Leave a Reply

Your email address will not be published. Required fields are marked *