ଦେଶ- ବିଦେଶ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଚାଲିଗଲା ୫ ଜୀବନ

ମାଧେପୁରା : ବିହାରର ମାଧେପୁରାରେ ଅଭାବନୀୟ ଘଟଣା ଘଟିଛି। ଗାଡ଼ିଆରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ବୁଡ଼ିଗଲେ ୫ ପିଲା । ସେମାନଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ। ମୃତକଙ୍କ ମଧ୍ୟରେ ଚାରି ଜଣ ଝିଅ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି। ଅଘଟଣ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ବହୁ ଭିଡ଼ ଜମିଥିଲା। ଏକା ସାଙ୍ଗରେ ୫ ପିଲାଙ୍କ ଶବ ଦେଖି ସବୁ ଆଡ଼େ ଚହଳ ପଡ଼ିଯାଇଥିଲା । ଖବର ପାଇଁ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ମାଧେପୁରା ଅନ୍ତର୍ଗତ ମନୋହରପୁର ଗାଁରେ ଏହି ଘଟଣାଟି ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗାଡ଼ିଆରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ପ୍ରଥମେ ଜଣେ ଝିଅର ଗୋଡ଼ ଖସିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣ ବୁଡ଼ିଯାଇଥିଲେ। ସେମାନଙ୍କ ସହିତ ଅନ୍ୟ ପିଲାମାନେ ମଧ୍ୟ ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପାଖଆଖରେ ଥିବା ଲୋକେ ସେଠାରେ ପହଞ୍ଚିଥିଲେ। କିଛି ଲୋକ ଗାଡ଼ିଆରେ ପଶି କିଛି ପିଲାଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ୫ ପିଲାଙ୍କ ମୃତ୍ୟୁ ହୋଇସାରିଥିଲା।

Leave a Reply

Your email address will not be published. Required fields are marked *