ରାଜ୍ୟ

ଓଆର୍‌ଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ବୁଧବାର ଓଆର୍‌ଏସ୍‌ସ୍ତରରେ ଏକ ଛୋଟ ଅଦଳବଦଳ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନୟାଗଡ଼ ସହକାରୀ ଜିଲ୍ଲାପାଳ ବନମାଳୀ ପରିଡାଙ୍କୁ ଗଣିଆ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି କରାଯାଇଛି । ସେହିପରି ଆଠମଲ୍ଲିକ ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇଙ୍କୁ ଏଏସ୍‌ଓ, ପୁରୀ, ବନମାଳୀ ସେଠୀଙ୍କୁ ଖଣ୍ଡଗିରି ସବରେଜିଷ୍ଟାର, ଅଶୋକ କୁମାର ମିଶ୍ରଙ୍କୁ କମନା ଅତିରିକ୍ତ ତହସିଲଦାର, ଏସ୍ ବେଜ୍‌ଙ୍କୁ ଅତିରିକ୍ତ ତହସିଲଦାର, ଲୋଈସିଂହା, ପିଏସ୍‌କେ ଖୁଣ୍ଟିଆଙ୍କୁ ରଘ ନାଥପୁର ଅତିରିକ୍ତ ତହସିଲଦାର, ଏ ପ୍ରଧାନଙ୍କୁ ବାଲେଶ୍ୱର ଅତିରିକ୍ତ ତହସିଲଦାର, ଏଲ୍ ମାଝୀଙ୍କୁ କୁଳିଅନା ଅତିରିକ୍ତ ତହସିଲଦାର, ଦେବାଶିଷ ପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଓଏସ୍‌ଡି ଟୁ ଉପଦେଷ୍ଟା, ସୋନିଆଶ୍ରୀ ମଲ୍ଲିକ ଏବଂ ଫାଲଗୁନି ସବରଙ୍କୁ ବଲାଙ୍ଗୀର ସହକାରୀ ଜିଲ୍ଲାପାଳ, ବବିତା ମିଶ୍ରଙ୍କୁ ଅନୁଗୁଳ ସହକାରୀ ଜିଲ୍ଲାପାଳ, ଚିନ୍ମୟ ଦାଶଙ୍କୁ ଢ଼େଙ୍‌କାନାଳ ସହକାରୀ ଜିଲ୍ଲାପାଳ, ବିକାଶ ମୁଣ୍ଡରୀଙ୍କୁ ଜାମଡା ଅତିରିକ୍ତ ତହସିଲଦାର, ସ୍ମୃତିରଞ୍ଜନ ଟୁଡୁଙ୍କୁ ବାରିପଦା ଜୋନ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ବିଭୁତି ଭୂଷଣ ଶତପଥୀଙ୍କୁ ଲ’ ବିଭାଗର ଲ୍ୟାଣ୍ଡ୍ ଅଫିସର, ବିଆର୍ ନାୟକଙ୍କୁ ଶୁଳିଆପଦା ଅତିରିକ୍ତ ତହସିଲଦାର ଏବଂ ଅକ୍ଷୟ କୁମାର ପରିଡାଙ୍କୁ ୟୁଏଲବି କାର୍ଯ୍ୟକାରୀ ଅଧିକାରୀ, ଶୁଭସ୍ମିତା ଦାଶଙ୍କୁ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *