ଦେଶ- ବିଦେଶ

ଦିଲ୍ଲୀରେ ଏଥର ଦୀପାବଳି ବାତିଲ

ନୂଆଦିଲ୍ଲୀ: ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ଦୀପାବଳି ଉତ୍ସବକୁ ବାତିଲ ଘୋଷଣା କରାଯାଇଛି । ବୁଧବାର ଏହି ପ୍ରସଙ୍ଗରେ କ୍ଷମତାସୀନ ଆପ୍ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍ ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖିବ ଦିଲ୍ଲୀରେ ସମସ୍ତପ୍ରକାର ଆତସବାଜିର ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ବିଗତ ବର୍ଷଗୁଡିକର ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାର ଦୃଷ୍ଟାନ୍ତ ରହିଛି । ତେଣୁ ଆପ୍ ସରକାର କ୍ଷମତାକୁ ଆସିବାପରେ ଦୀପାବଳୀରେ ବାଣଫୁଟା ଉପରେ ବ୍ୟାପକ କଟକଣା ଜାରି କରାଯାଇଥିଲା । ଫଳସ୍ୱରୂପ ଦିଲ୍ଲୀ ବାୟୁମଣ୍ଡଳର ସ୍ୱଚ୍ଛତା ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ବାଣ ବ୍ୟବସାୟୀ ନିଶ୍ଚିତଭାବେ କ୍ଷତିଗ୍ରସ୍ତ ହେବେ, ତଥାପି ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଗତବର୍ଷ ଶେଷ ମୁହୂର୍ତ୍ତରେ ରାଜ୍ୟ ସରକାର ଦିଲ୍ଲୀରେ ବାଣ ବିକ୍ରି ଉପରେ କଟକଣା ଲାଗୁ କରିବାରୁ ବ୍ୟବସାୟୀ ବିପୁଳ କ୍ଷତି ସହିଥିଲେ । ତେଣୁ ଏଥର ଦୀପାବଳିର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ବାଣ ବ୍ୟବସାୟୀଙ୍କୁ ସତର୍କ କରାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *