ଅପରାଧରାଜ୍ୟ

ଥାନା ପରିସରରୁ ଗାଡି ନେଇ ପଳାଉଥିଲା ଯୁବକ, ଶେଷରେ….

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଗାଡିକୁ ନେଇ ପଳାଉଥିଲା ଯୁବକ । ପୋଲିସ ଗୋଡ଼ାଇ ଗୋଡ଼ାଇ କଟକ ଜିଲ୍ଲା ଖୁଣ୍ଟୁଣୀ ଅଂଚଳରୁ ଗାଡି ସହ କାବୁ କଲା ଟାଉନ ପୋଲିସ । କାବୁ କରିବା ପରେ ପୋଲିସ ତାକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଗଁନ୍ଦିଆ ଥାନା ଅନ୍ତର୍ଗତ ହାଟ ବାଇସିଂହା ଗ୍ରାମର ଧର୍ମେନ୍ଦ୍ର ସ୍ବାଇଁ ବୋଲି ଜଣାପଡିଛି ।  ଧର୍ମେନ୍ଦ୍ରଙ୍କୁ ସନ୍ଦେହ ଜଣକ ସ୍ଥିତିରେ ମଙ୍ଗଳବାର ରାତିରେ  ଟାଉନ ପୋଲିସ ଥାନାକୁ ଆଣିଥିଲା ।

ମାତ୍ର ଉକ୍ତ ଯୁବକ ମାନସିକ ଭିନ୍ନକ୍ଷମ ବୋଲି ଅନୁଭବ କରି ତାକୁ ଘରେ ଛାଡିବାକୁ ଗାଡ଼ିରେ ବସାଇଥିଲେ । ମାତ୍ର ଗାଡି ଡ୍ରାଇଭର ପାଣି ପାଇଁ ଗାଡିରୁ ଓଲ୍ହାଇ ଯାଇଥିବାବେଳେ ଥାନା ପରିସରରୁ ବୋଲେରୋ ଗାଡିକୁ ନେଇ ପଳାଇଥିଲା ଯୁବକ । ଏହା ଦେଖି ପଛରୁ ପୋଲିସ  ଗୋଡ଼ାଇଥିଲା । ପରେ ଗୋଡ଼ାଇ ଗୋଡ଼ାଇ ଖୁଣ୍ଟୁଣୀ ଥାନା ଅଂଚଳର ଚମ୍ପେଶ୍ବର ନିକଟରୁ ଗାଡି ସହ ଉକ୍ତ ଯୁବକକୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *