ଦେଶ- ବିଦେଶ

ମହିଳାଙ୍କୁ ଫୋଡି ଦେଲେ ସ୍ପର୍ମରେ ଭର୍ତ୍ତି ଥିବା ସିରିଞ୍ଜ୍, ଶେଷରେ….

ୱାଶିଂଟନ୍ : ସାଧାରଣତଃ ଅନେକ ସମୟରେ କିଛି ନା କିଛି ଛୋଟ ମୋଟ ଅପରାଧି ଘଟିଥାଏ । ହେଲେ ଯଦି ଏମିତି କିଛି କାଣ୍ଡ କରନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭାବିବେ ଏହା କିପରି ହେଲା …ଏହା କଣ ସତରେ ଘଟିଛି । ତେବେ ଏଭଳି କିଛି ଅଜବ ଧରଣର ଘଟଣା ଘଟିଛି ଆମେରିକାରେ। ଆପଣ ବି ଜାଣିଲେ ଡରି ଯିବେ ।

ତେବେ ବ୍ୟକ୍ତି ଜଣକ ସୁପର ମାର୍କେଟକୁ ଯାଇଥିଲେ ତାଙ୍କ ଉଦ୍ଦେଶ୍ୟ ମଧ୍ୟ କିଛି ଅଲଗା ଥିଲା । ସେଠାରେ ଥିବା ଜଣେ ମହିଳାଙ୍କୁ ସ୍ପର୍ମ ଭରିଥିବା ଏକ ଇଞ୍ଜେକସନ୍ ଲଗାଇ ଦେଇଥିଲେ। ବ୍ୟକ୍ତି ଜଣଙ୍କର ଏହି ଅଜବ ହରକତ୍ ସୁପର ମାର୍କେଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ଏହି ଆଧାରରେ ଅଭିଯୁକ୍ତକୁ ଧରିବାରେ ପୋଲିସ୍ ସଫଳ ହୋଇଥିଲା । କୋର୍ଟ ଏହି ବ୍ୟକ୍ତିଙ୍କୁ ଅପରାଧ କରିଥିବା ଅଭିଯୋଗରେ ମାମଲା ରୁଜୁ କରି ଜେଲ ଦଣ୍ଡ ଦେଇଛି ।

ସୂଚନା ଅନୁଯାୟୀ, ଉକ୍ତ ଅଭିଯୁକ୍ତର ନାମ ହେଉଛି ଥୋମାସ୍ ବ୍ରାୟନ୍ ଷ୍ଟେମନ୍ । ସେ ୫୨ ବର୍ଷିୟା ଥୋମାସ୍ ଆମେରିକାର ମେରିଲ୍ୟାଣ୍ଡ ସ୍ଥିତ ଏକ ସୁପରମାର୍କେଟରେ ଏଭଳି ଏକ ଅଜବ କାଣ୍ଡ କରିଛନ୍ତି । ମାର୍କେଟରେ ଥିବା ଜଣେ ମହିଳାଙ୍କ ଶରୀରରେ ସ୍ପର୍ମ ଭରିଥିବା ଇଞ୍ଜେକସନ୍ ଲଗାଇ ଦେଇଛନ୍ତି । ଇଞ୍ଜେକସନ୍ ଦେବା ପାଇଁ ସେ ଲୁଚି ଲୁଚି ମହିଳାଙ୍କ ପଛକୁ ଗଲେ ଓ ସିରିଞ୍ଜ୍ ଲଗାଇଦେଲେ । ମହିଳାଙ୍କୁ ଯନ୍ତ୍ରଣା ହେବାପରେ ସେ ଖୁବ୍ ଜୋରରେ ପାଟି ଚିତ୍କାର କରିଥିଲେ । ତେବେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଥୋମାସ୍ ପାଖରେ ପହଞ୍ଚିଥିଲା । ସେ ଥୋମାସ୍ କାର୍ କୁ ଯାଞ୍ଚ କରିଥିଲା । ସେହି କାରରୁ ଏକରୁ ଅଧିକ ଥିବା ସ୍ପର୍ମ ଇଞ୍ଜେକସନ୍ ମିଳିଥିଲା । ତେଣୁ ଏବେ ସନ୍ଦେହ କରାଯାଉଛି ଯେ, ଏହି ବ୍ୟକ୍ତି ଆହୁରି କିଛି ମହିଳାଙ୍କୁ ନିଜ ଶିକାର ବନାଇଥାଇ ପାରନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତକୁ ୧୦ ର୍ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି ।

Leave a Reply

Your email address will not be published. Required fields are marked *