ଦେଶ- ବିଦେଶ

ପିଲାଙ୍କ ଉପରେ ଭାଇରାଲ ଓ ଡେଙ୍ଗୁର ପ୍ରକୋପ

କୋଲକାତା : ଉତ୍ତରଭାରତୀୟ ରାଜ୍ୟମାନଙ୍କରେ ପିଲାଙ୍କୁ ଭାଇରାଲ ଜ୍ୱର ଓ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଉତ୍ତରପ୍ରଦେଶ ପରେ ଦିଲ୍ଲୀ ଏନସିଆର, ମଧ୍ୟପ୍ରଦେଶ, ବିହାରରେ ଏହି ଜ୍ୱର ବ୍ୟାପୁଥିବାର ଖବର ଏପର୍ଯ୍ୟନ୍ତ ପ୍ରସାରିତ ହୋଇଆସିଛି। ତେବେ ଏହା ପୂର୍ବ ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗକୁ ପହଞ୍ଚିସାରିଥିବା ଏବେ ଜଣାପଡିଛି। ବେଙ୍ଗଲର ସିଲିଗୁଡ଼ି ଜିଲ୍ଲାର ଅନୁନ୍ୟ ୭୦ ଜଣ ପିଲା ଏହିପରି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ଜ୍ୱର ସାଙ୍ଗକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଯୋଗୁ ୭୦ ଜଣ ପିଲା ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସିଲିଗୁଡି ଜିଲ୍ଲା ହସ୍ପିଟାଲର ଶିଶୁ ରୋଗ ବିଭାଗ ଚିକିତ୍ସକ ଡା. ସୁବୀର ଭୌମିକ ଜ୍ୱର ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ଅଧିକାଂଶ ଶିଶୁଙ୍କ ବୟସ ୫ ମାସରୁ ବି କମ୍‌ ବୋଲି କହିଛନ୍ତି। ସେପଟେ ପଶ୍ଚିମ ୟୁପିରେ ଭାଇରାଲ ଓ ଡେଙ୍ଗୁ କାରଣରୁ ହସ୍ପିଟାଲମାନଙ୍କରେ ଶିଶୁ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି।

ଏହି ପରି ଜ୍ୱରରେ ଯେଉଁମାନେ ଏପର୍ଯ୍ୟନ୍ତ ହସ୍ପିଟାଲକୁ ଆସିଲେଣି ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ କେବଳ ଶିଶୁ।   ଜିଲ୍ଲା ଚିଫ୍ ମେଡିକାଲ ଅଫିସର ଅଋଣ କୁମାର ଶ୍ରୀବାସ୍ତବ ଏ ପର୍ଯ୍ୟନ୍ତ ତାଙ୍କ ହସ୍ପିଟାଲକୁ ମୋଟ ୩୫ଟି ମାମଲା ଆସିଥିବା କହିଛନ୍ତି। ଏଥିରୁ ୧୪ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଜାରିଥିବା କହିଛନ୍ତି। ଜିଲ୍ଲାର କୌଣସି ହସ୍ପିଟାଲକୁ ଡେଙ୍ଗୁ ରୋଗୀ ଆସିଲେ ତୁରନ୍ତ ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆଖପାଖରେ ଫଗିଙ୍ଗ ମଧ୍ୟ କରାଯାଉଥିବା ସେ କହିଛନ୍ତି। ଶ୍ୱାସ୍ଥ୍ୟମନ୍ତ୍ରାଳୟ ସାରା ଦେଶରେ ଏବେ ମୌସୁମୀ ଯୋଗୁ ମଷାଙ୍କ କାରଣରୁ ରୋଗ ବ୍ୟାପୁଥିବା ସୂଚିତ କରିଛନ୍ତି। ନୀତି ଆୟୋଗ ସଦସ୍ୟ ତଥା କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡା. ବି.କେ.ପାଲ କୋଭିଡ ସହ ଲୋକଙ୍କୁ ଡେଙ୍ଗୁ ଓ ମେଲେରିଆ ଲାଗି ଅଧିକ ସତର୍କ ରହିବାକୁ କହିଥିଲେ। ଏଣୁ ଆମକୁ ହାତପାଦ ଘୋଡେଇ ହୋଇ ସୋଇବାକୁ ପଡିବ ସାଙ୍ଗକୁ ମସାରୀ ଓ  ମସ୍କ୍ୟୁଟୋ ରିପେଲାଣ୍ଟର ବ୍ୟବହାର କରିବା ମଧ୍ୟ ଜରୁରି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *