ଅପରାଧରାଜ୍ୟ

ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲେ ଦୁର୍ବୃତ୍ତ

ନିମାପଡା  : ନିମାପଡା ଥାନା ରଡ ବଜାରରେ କେତେକ ବ୍ୟକ୍ତି ହାତରେ ମାରଣାସ୍ତ୍ର ଧରି ମହିଳାଙ୍କ ଘରେ ପଶି ଆକ୍ରମଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କ ଆକ୍ରମଣରେ ଦୁଇଜଣ ମହିଳା, ଦୁଇ ଛୋଟ ଶିଶୁ ଓ ଜଣେ ଯୁବକ ଗୁରୁତର ଆହତ ହୋଇ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ବିବାଦକୁ କେନ୍ଦ୍ର କରି ରଡ ବଜାରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ତିନିଜଣ ବ୍ୟକ୍ତି ହାତରେ ମାରଣାସ୍ତ୍ର ଧରି ଘରେ ପଶି ଆସବାବପତ୍ର ଫିଙ୍ଗା ଫୋପଡା କରିବା ସହିତ ମହିଳାମାନଙ୍କୁ ଟଣା ଓଟରା କରି ମାଡ ମାରି ଦୁଷ୍କର୍ମ ଉଦ୍ୟମ କରିଥିଲେ ।  ମହିଳାଙ୍କ ସ୍ୱାମୀ ସେଠାରେ ପହଞ୍ଚିଯିବାରୁ ମଟନ କଟା ଚାପଡ଼ରେ ତାଙ୍କ କାନ୍ଧକୁ ଆକ୍ରମଣ କରିବାରୁ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ରଡ ବଜାର ବସ୍ତିରେ ଉତ୍ତେଜନା ଦେଖାଦେଇଛି। କୌଣସି ମୁହୂର୍ତ୍ତରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇ ରକ୍ତପାତର ଆଶଙ୍କା ରହିଛି । ମହିଳମାନେ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଆକ୍ରମଣକାରୀମାନେ ଗ୍ରାମରେ ଜଗିବସିଛନ୍ତି।

Leave a Reply

Your email address will not be published. Required fields are marked *