ଅପରାଧରାଜ୍ୟ

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଅଙ୍ଗନବାଡ଼ି ଦିଦି

ଭୁବନେଶ୍ୱର : ରାଜ୍ୟରେ ଅନେକ ଦୁର୍ନୀତିଖୋର ଲୋକେ ଭିଜିଲାନ୍ସ ଜାଲରେ ଫସୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସରେ ଜାଲରେ ଫସିଛନ୍ତି କୋଟିପତି ଅଙ୍ଗନବାଡ଼ି ଦିଦି । ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି ଅଛନ୍ତି କବିତା ମାଥାନ। ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଭୁବନେଶ୍ୱରର କେଶୁରା ଓ ଝାରପଡ଼ାରେ ତାଙ୍କର ଏକାଧିକ ବହୁତଳ କୋଠା ଠାବ ହୋଇଛି । ସେହିପରି ପୈତୃକ ଘର ପଟାମୁଣ୍ଡାଇ ଓ ଜଗତସିଂହପୁର, ବାଲିକୁଦା ଶାଶୁଘରେ ରେଡ଼ ହେଉଛି । ତାଙ୍କୁ ଭିଜିଲାନ୍ସ ଧରିବା ପରେ ସେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଜଣାପଡ଼ିଛି । ରେଡ଼ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *