ଦେଶ- ବିଦେଶମନୋରଞ୍ଜନ

ସୀତା ଚରିତ୍ରରେ ନଜର ଆସିବେ କଙ୍ଗନା

ମୁମ୍ବାଇ : ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଓ ୪ଥର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ବଡ ପରଦାରେ ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ନଜର ଆସିବେ। କଙ୍ଗନା ‘ଦ ଇନକାର୍ନେସନ- ସୀତା’ ରେ ମୁଖ୍ୟ ଚରିତ୍ର ଅର୍ଥାତ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବେ। କିଛି ସମୟ ପୂର୍ବରୁ ଅଫିସିଆଲି ଏ ସମ୍ବନ୍ଧରେ ଘୋଷଣା ହୋଇଛି। କିଛି ଦିନ ପୂର୍ବରୁ ଏହି ଚରିତ୍ରରେ କରିନା କପୁର ଅଭିନୟ କରିବେ ବୋଲି କୁହାଯାଉଥିଲା। କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହି ଚରିତ୍ର ପାଇଁ କରିନା ମୋଟା ଅଙ୍କର ଫି’ ଦାବି କରିଥିଲେ। ‘ଥଲାଇଭି’ ପରେ ‘ସୀତା’ କଙ୍ଗନାଙ୍କ ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ ଯାହା ୫ ଭାଷାରେ ରିଲିଜ ହେବ। ‘ସୀତା’ର ନିର୍ଦ୍ଦେଶନା ଅଲୌକିକ ଦେଶାଇ କରିବେ। ଅନେକ ନାଁ ମଧ୍ୟରେ ନିର୍ମାତା କଙ୍ଗନାଙ୍କ ନାଁ ଫାଇନାଲ କରିଛନ୍ତି। କଙ୍ଗନା ନିଜେ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏ ସମ୍ବନ୍ଧରେ ସ୍ପଷ୍ଟ କରିଛନ୍ତି। ଏସେସ ଷ୍ଟୁଡିଓର ପ୍ରଯୋଜକ ସଲୋନୀ ଶର୍ମା କହିଛନ୍ତି, ଜଣେ ମହିଳା ହୋଇ କଙ୍ଗନାଙ୍କୁ ଏହି ଫିଲ୍ମରେ ସ୍ୱାଗତ କରି ସେ ବହୁତ ଖୁସି। କଙ୍ଗନାଙ୍କ ମଧ୍ୟରେ ଜଣେ ଅସଲି ଭାରତୀୟ ମହିଳାର ସବୁ ଗୁଣ ଅଛି…ସାହସୀ, ନିର୍ଭୟ।

Leave a Reply

Your email address will not be published. Required fields are marked *