ଦେଶ- ବିଦେଶ

ଅଶ୍ଳୀଳ ୱେବ୍‌ସାଇଟ୍‌ରେ ଥିଲା ସ୍ତ୍ରୀର ପ୍ରୋଫାଇଲ୍‌…..

ଲଣ୍ଡନ : ସ୍ବାମୀକୁ ଧୋକା ଦେଇ ନିଜ ବୟସଠୁ କମ୍‌ ବୟସର ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ସ୍ତ୍ରୀ। କେବେଳ ସେତିକି ନୁହେଁ ପୁରଷଙ୍କ ସହ ସିଧା ସଳଖ କଥା ହେବା ସହ ସେମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ମହିଳା ଜଣଙ୍କ ପର୍ଣ୍ଣ ସାଇଟ୍‌ରେ ପ୍ରୋଫାଇଲ ତିଆରି କରିଥିଲା। ବିବାହକୁ ୧୯ ବର୍ଷ ବିତିଥିଲେ ସୁଦ୍ଧା ସ୍ତ୍ରୀର ଏମିତି କାରନାମା ସମ୍ପର୍କରେ ଜାଣିନଥିଲା ସ୍ବାମୀ। ସ୍ବାମୀକୁ ଏବେ ୫୦ ବର୍ଷ ହୋଇଥିବା ବେଳେ ସ୍ତ୍ରୀର ବୟସ ୪୭ ବର୍ଷ ।

କିନ୍ତୁ ପର ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଭଲ ପାଉଥିବା ସ୍ତ୍ରୀ ବହୁ ଚାଲାକ ଥିଲା। ଏସବୁ ଉପରୁ ପରଦା ଉଠିଲା ଯେଉଁଦିନ ଘରକୁ ଜଣେ ମେକାନିକ୍‌ ଆସିଥିଲା । ମେକାନିକର ବୟସ ମହିଳାଙ୍କ ବୟସରୁ ଖୁବ କମ ଥିଲା। ତେବେ ତାଙ୍କୁ ଦେଖିବା ପରେ ମହିଳା ବାରମ୍ବାର ତାଙ୍କ ପାଖକୁ ଆସିବା ସହ ଚା ଜଳଖିଆ ଦେଉଥିଲା । ଏପରିକି କଣେଇ କଣେଇ ଚାହୁଁଥିଲା ଏବଂ ସ୍ମିତ ହାସ୍ୟ ଦେଉଥିଲା । ମେକାନିକ ମଧ୍ୟ ତାକୁ ଦେଖି ସାମାନ୍ୟ ହସୁଥିଲା।

ଏସବୁ ଦେଖିବା ପରେ ମହିଳାର ସ୍ବାମୀଙ୍କ ସନ୍ଦେହ ହୋଇଥିଲା। ସେ ନିଜ ସ୍ତ୍ରୀର ଟାବଲେଟ୍‌ ଆଣି ଲୁଚି ଛପି ଯାଞ୍ଚ କରିଥିଲେ। ଏହା ପରେ ସବୁ ସନ୍ଦେହରୁ ପରଦା ଉଠିଯାଇଥିଲା। ଏପରିକି ୧୯ ବର୍ଷର ବୈବାହିକ ଜୀବନରେ ଯେଉଁ ମିଥ୍ୟାର ସମ୍ପର୍କ ଗଢ଼ିଥିଲା ତାହା ମଧ୍ୟ ଭାଙ୍ଗିଯାଇଥିଲା। ଟାବଲେଟରେ ମହିଳା ଏକ ଅଶ୍ଳୀଳ ଓ୍ବେବସାଇଟ୍‌ରେ ନିଜର ପ୍ରୋଫାଇଲ୍‌ କରି ୩ ଜଣ ପୁରୁଷଙ୍କ ସହ କଥା ହେଉଥିଲା ।  ସେମାନେ ସମସ୍ତେ ମହିଳାଙ୍କଠୁ ସାନ ଥିଲେ ବୋଲି ତାର ସ୍ବାମୀ କହିଛନ୍ତି।

ସ୍ତ୍ରୀର ଏମିତି କାରନାମା ଜାଣିବା ପରେ ତାଙ୍କର ପାଦ ତଳୁ ମାଟି ଖସିଯାଇଥିଲା। କେବେ ବି ନିଜ ସ୍ତ୍ରୀକୁ ଭୁଲ ବୁଝିନଥିବା ସ୍ବାମୀ ଏକଥାକୁ ସହଜରେ ଗ୍ରହଣ କରିପାରିନଥିଲେ। ତେବେ ସ୍ତ୍ରୀର ସତ ଜାଣିବା ପରେ ବିଶ୍ବାସ ହେଉନଥିଲେ ବି ମାନିନେବାକୁ ହେବ ବୋଲି ୫୦ ବର୍ଷୀୟ ବ୍ୟକ୍ତି କହିଛନ୍ତି। ଏ ସମସ୍ତ ଘଟଣା ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ ଘଟିଛି।

Leave a Reply

Your email address will not be published. Required fields are marked *