ଅପରାଧରାଜ୍ୟ

ବ୍ରାଉନ୍‌ସୁଗର ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଜଗତସିଂହପୁର : ଜଗତସିଂହପୁର ଥାନା ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ରାତି ପ୍ରାୟ ୭.୩୦ ମିନିଟ୍‌ ସମୟରେ ପୁଲିସ ପକ୍ଷରୁ ଅଚାନକ ଭାବେ ଚଢ଼ାଉ କରାଯାଇ ସ୍ଥାନୀୟ ଓଡିଶୋ ନିକଟରୁ ଏକ ପଲିଥିନ ବ୍ୟାଗରୁ ୨୫ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୧୫୦ଟଙ୍କା ଜବତ କରିଛି ପୋଲିସ। ଏଥିସହିତ ଧଳାଜହର ଚାଲାଣ ବ୍ୟବହୃତ ହୋଇଥିବା ୟାମାହା ବାଇକ୍‌ ଓ ଗୋଟିଏ ମୋବାଇଲ ଜବତ କରାଯାଇିଥିବାର ଜଣାପଡିଛି ।ଏହି ମାମଲାରେ ୨ଜଣ ଯୁବକ ଗରିଫ ହୋଇଛନ୍ତି। ଅଭିଯୁକ୍ତ ବେପାରି ଓଡିଶୋ ଅବିଧି ଆନନ୍ଦପୁର ଗ୍ରାମର କୁଳମଣୀ ପ୍ରଧାନଙ୍କ ପୁଅ ଦେବୀପ୍ରସାଦ ପ୍ରଧାନ (୪୦) ଓ ଖମଙ୍ଗ ଗ୍ରାମର ଉଲ୍ଲାସ ସେଠୀଙ୍କ ପୁଅ ଅନୀଲ ଓରଫ ସୁନୀଲ ସେଠୀ(୨୧)ଙ୍କୁ ବୋଲି ଜଣାପଡିଛି । ଏନେଇ କେଶ ନମ୍ବର ୪୪୯/୨୧ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛିା

Leave a Reply

Your email address will not be published. Required fields are marked *