ରାଜ୍ୟ

ରେକର୍ଡ ଭାଙ୍ଗିଲା ବର୍ଷା, ପୁରୀରେ ସର୍ବାଧିକ

ଭୁବନେଶ୍ୱର : ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବାରୁ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଭିଜୁଛି ସାରା ରାଜ୍ୟ । ଆଜି ବି ଦିନ ତମାମ ବର୍ଷା ଲାଗି ରହିବ । ପରାଦୀପ ଉପକୂଳରୁ ୪୦ କିମି ଦୂରରେ ଅବପାତର ରୂପ ନେଇଛି ଲଘୁଚାପ । ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି ଏହି ଅବପାତ।

ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨୪ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୫ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୮୪ ମିମି ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *