ରାଜ୍ୟ

୧୭ରୁ ରାଜ୍ୟରେ ପୁଣି ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ । ବର୍ଷା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ‘୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ । ଏହା ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ଲାଗି ରହିବ ବର୍ଷା ।’

Leave a Reply

Your email address will not be published. Required fields are marked *