ଦେଶ- ବିଦେଶରାଜନୀତି

ଚୌକି ମିଳିଗଲା ସିନା, ଶାନ୍ତି ନାହିଁ….

ନୂଆଦିଲ୍ଲୀ: ଗୁଜରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚୌକି ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ସମୟରେ ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ଭାଜପା ଏକ ନୂଆ ରଣନୀତି ଭାବେ ଆପଣାଉଥିବା ଦେଖାଯାଉଛି । ୧- ଆସନ୍ତା ବର୍ଷ ନଭେମ୍ବର ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭୂପେନ୍ଦ୍ରକୁ ନିଯୁକ୍ତି ଦିଆଯାଇଛି । ବିଜେପି ଏକ ନୂଆ ଚେହେରାକୁ ନେଇ ନିର୍ବାଚନକୁ ଉହ୍ଲାଇବାକୁ ଚାହୁଁଥିବାରୁ ବିଜୟ ରୂପାନୀଙ୍କୁ ହଟାଇ ଭୂପେନ୍ଦ୍ରକୁ ଅଣାଯାଇଛି । ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୧୧୫ ସିଟ, ୨୦୧୭ରେ ୯୯ ସିଟ ହାସଲ କରିଥିଲା । ତେଣୁ ରାଜ୍ୟରେ କ୍ଷମତା ବଜାୟ ରଖିବା ସହ ପ୍ରଦର୍ଶନ ହାର ବୃଦ୍ଧି କରିବା ତାଙ୍କ ପାଇଁ ଏକ ମୁଖ୍ୟ ଚ୍ୟାଲେଞ୍ଜ ହେବ । ୨- ଆସନ୍ତା ବର୍ଷ ପ୍ରାରମ୍ଭରୁ ହିଁ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଅଭିଯାନ ଆରମ୍ଭ ହୋଇଯିବ । ତେଣୁ ଏହି ପରିପ୍ରେକ୍ଷୀରେ ଭୂପେନ୍ଦ୍ରଙ୍କ ପାଖରେ ସମୟର ବହୁତ ଅଭାବ ଥିବାରୁ ଚ୍ୟାଲେଞ୍ଜକୁ ସାମନା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପାରେ । ଗୋଟିଏ ବର୍ଷ ମଧ୍ୟରେ ନିଜକୁ ପ୍ରମାଣିତ କରିବା ସହ ସଂଗଠନକୁ ମଜବୁତ କରିବାକୁ ସେ ଚେଷ୍ଟା କରିବେ।

Leave a Reply

Your email address will not be published. Required fields are marked *