ଦେଶ- ବିଦେଶରାଜନୀତି

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଅହମଦାବାଦ : ଇସ୍ତଫା ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ। ତା’ ସହ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି ରୁପାଣୀ। ଆଜି ସେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରୁପାଣୀ ପ୍ରାୟ ୫ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟ ନିର୍ବାଚନ ଆସନ୍ତା ୨୦୨୨ରେ ହେବାକୁ ଥିବାବେଳେ ତା ପୂର୍ବରୁ ରୁପାଣୀ ପଦ ଛାଡିଛନ୍ତି। ଏହା ବିଜେପି ପାଇଁ ଏକ ଝଟକା ହୋଇଛି। ତେବେ ସେ କାହିଁକି ପଦରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନି। ତାଙ୍କ ଇସ୍ତଫାରେ ଏବେ ଗୁଜୁରାଟ ରାଜନୀତି ସରଗରମ ହୋଇଉଠିଛି। ୨୦୧୬ ଅଗଷ୍ଟ ୭ରେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ରୁପାଣୀ। ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜରାଟରେ ବିଜେପି ନେତୃତ୍ୱ ପରିବର୍ତ୍ତନ କରିଛି।

Leave a Reply

Your email address will not be published. Required fields are marked *