ଦେଶ- ବିଦେଶ

୧୫ରେ ସଂସଦ ଟିଭିର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ବିଲୟରେ ସୃଷ୍ଟି ହୋଇଥିବା ସଂସଦ ଟିଭିର ସେପ୍ଟେମ୍ବର ୧୫ ତାରିଖରେ ଉଦ୍‌ଘାଟନ କରିବେ ବୋଲି ଶୁକ୍ରବାର ଏକ ସୂତ୍ରରୁ ଜଣାଯାଇଛି । ଏହି ସୂତ୍ର ଅନୁସାରେ, ଭେଟେରାନ୍ କଂଗ୍ରେସ ନେତା କର୍ଣ୍ଣ ସିଂହ, ଇକୋନୋମିଷ୍ଟ ବିବେକ ଦେବରୟ, ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଓ ଆଡ୍‌ଭୋକେଟ୍ ହେମନ୍ତ ବତ୍ରା ଏହି ନୂଆ ଚାନେଲ୍‌ରେ ବିଭିନ୍ନ ଶୋ\’ ଉପସ୍ଥାପନ କରିବେ । ସଂସଦ ଟିଭି ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ଦର୍ଶକ ଗଣତାନ୍ତ୍ରିକ ଲୋକାଚାର ଏବଂ ଦେଶର ବିଭିନ୍ନ ସଂସ୍ଥାନ ସମ୍ପର୍କରେ ଉଚ୍ଚଗୁଣସମ୍ପନ୍ନ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ପାର୍ଲାମେଣ୍ଟ ଅଧିବେଶନ ଅବସରରେ ସଂସଦ ଟିଭିର ଦୁଇଟି ଚାନେଲ୍ ମାଧ୍ୟମରେ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯର୍୍ୟକ୍ରମ ଏକକାଳୀନ ପ୍ରସାରିତ କରାଯିବ । ପାର୍ଲାମେଣ୍ଟ ବିଲ୍ଡିଂରେ ସେପ୍ଟେମ୍ବର ୧୫ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟସଭା ସଭାପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚାନେଲ୍‌ର ଉଦ୍‌ଘାଟନ କରିବେ ।

Leave a Reply

Your email address will not be published. Required fields are marked *