ଦେଶ- ବିଦେଶ

୪୬ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା

  ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆଣ୍ଠୁଏ ଉଚ୍ଚର ପାଣି । ଗତ ରାତିରୁ ରାଜଧାନୀରେ ପ୍ରବଳ ବର୍ଷା ଲାଗିରହିବା ପରେ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ପ୍ରବଳ ବର୍ଷାରେ ୩ ନମ୍ବର ଟର୍ମିନାଲରେ ସକାଳୁ ପ୍ରବଳ ବର୍ଷା ଜଳ ଜମି ରହିଛି । ଏହା ଫଳରେ ବିମାନ ଚଳାଚଳରେ ବାଧା ଉପୁଜିଛି । ଅଳ୍ପସମୟ ମଧ୍ୟରେ ମୂଷଳଧାର ବର୍ଷା ଫଳରେ ବିମାନବନ୍ଦରର ଫୋର୍‌କୋର୍ଟ ଅଞ୍ଚଳ ଜଳମଗ୍ନ ହୋଇଥିଲା। ରନ୍‌ୱେରେ ମଧ୍ୟ ପାଣି ଜମି ରହିଥିଲା। ଚାରିିଟି ଘରୋଇ ବିମାନ ଓ ଗୋଟିଏ ଅନ୍ତର୍ଜାତୀୟ ବିମାନର ଗତିପଥ ଦିଲ୍ଲୀରୁ ଜୟପୁର ଓ ଅହମ୍ମଦାବାଦକୁ ବଦଳା ଯାଇଛି । ସର୍ବାଧିକ ବର୍ଷା ସହ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ବର୍ଷା। ଚଳିତ ମୌସୁମୀରେ ହଜାରେ ମିମି ବୃଷ୍ଟିପାତ ହୋଇଛି। ବାର୍ଷିକ ବୃଷ୍ଟିପାତରେ ଏହା ରେକର୍ଡ। ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଦିଲ୍ଲୀର ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଅଣ୍ଡରପାସ ଗୁଡ଼ିକରେ ପାଣି ଜମି ରହିବା ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଆଜାଦ ମାର୍କେଟ ଅଣ୍ଡରପାସରେ ୧୦ଫୁଟର ପାଣି ଭରି ରହିଛି। ସେଠାରେ ଗାଡ଼ିଚଳାଚଳକୁ ବନ୍ଦ ରଖିଛି ଟ୍ରାଫିକ।

Leave a Reply

Your email address will not be published. Required fields are marked *