ଦେଶ- ବିଦେଶରାଜନୀତି

ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରର ଟିଏମସି ପ୍ରାର୍ଥୀ ହେବେ । ଅର୍ଥାତ୍ ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋବକୁ ଥିବା ଉପନିର୍ବାଚନରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ପ୍ରିୟଙ୍କା । ପ୍ରିୟଙ୍କା ପେଶାରେ ଜଣେ ଓକିଲ ହୋଇଥିବା ବେଳେ ସେ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ବିରୋଧରେ ପିଟିସନ ଦାଖଲ କରିଥିଲେ । ୪୧ ବର୍ଷୀୟ ପ୍ରିୟଙ୍କା କୋଲକାତା ହାଇକୋର୍ଟ ଓ ସୁପ୍ରିମକୋର୍ଟର ଓକିଲ । ତେବେ ଭବାନୀପୁର ଆସନ ପାଇଁ ୩୦ ସେପ୍ଟେମ୍ବରରେ ମତଦାନ ହେବ । ଏହି ଦିନ ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗିପୁର ଆସନ ସହିତ ଓଡ଼ିଶାର ପିପିଲି ନିର୍ବାଚନ କ୍ଷେତ୍ର ପାଇଁ ଉପନିର୍ବାଚନ ହେବ । ସେହିପରି ସମସରଗଞ୍ଜରେ ମିଲାନ ଘୋଷ ଓ ଜାଙ୍ଗିପୁରରେ ସୁଜିତ ଦାସ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ । ଭୋଟିଂର ଗଣତି ୩ ଅକ୍ଟୋବରରୁ ଆରମ୍ଭ ହେବ । ମମତାଙ୍କ ବିରୋଧରେ ବିଜେପି କାହାକୁ ଠିଆ କରାଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା । କାହିଁକି ନା ନୋମିନେସନ ପାଇଁ ମାତ୍ର ୩ ଦିନ ରହିଥିଲା । ଅନ୍ୟପଟେ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଦେବାକୁ ମନା କରିଛି ।

Leave a Reply

Your email address will not be published. Required fields are marked *