ଅପରାଧଦେଶ- ବିଦେଶ

ଛାତ୍ରୀ ସ୍ୱୀକାର କଲେନି ପ୍ରେମ, ଆଉ ତାପରେ

ମୁମ୍ବାଇ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ପୁରୁଷ ବନ୍ଧୁ । ହେଲେ ପ୍ରେମକୁ ସ୍ୱୀକାର କଲେନି ଛାତ୍ରୀ । ଆଉ ତାପରେ ପୁରୁଷ ବନ୍ଧୁ କିଛି ଏପରି କଲେ ଯେଉଁଥିପାଇଁ ପୋଲିସ୍ ତାଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତର ଘର ପାଖରେ ହିଁ ରହୁଥିଲେ ଛାତ୍ରୀ । ପୋଲିସ୍ କହିଛି ଯେ, ଅଭିଯୁକ୍ତ ,ତାଙ୍କ ପଡ଼ୋଶୀରେ ରହୁଥିବା ଯୁବତୀଙ୍କୁ ପସନ୍ଦ କରୁଥିଲେ । ତାଙ୍କୁ ପ୍ରେମ ନିବେଦନ ବି କରିଥିଲେ । କିନ୍ତୁ ଛାତ୍ରୀ ଜଣକ ରାଜି ହୋଇନଥିଲେ । ଆଉ ଏହାପରେ ଅଭିଯୁକ୍ତ ଛାତ୍ରୀଙ୍କ ନମ୍ବର ପର୍ଣ୍ଣ ସାଇଟ୍ ରେ ପକାଇଦେଲେ ଓ ତାଙ୍କ ଘରକୁ ସେକ୍ସ କଣ୍ଢେଇ ପଠାଇବାକୁ ଲାଗିଲେ । ପ୍ରେମ ନିବେଦନ ସ୍ୱୀକାର ନ କରିବାରୁ ପ୍ରେମରେ ବିଫଳ ହୋଇଥିବା ଏହି ଯୁବକ ପ୍ରତିଶୋଧ ନେବାକୁ ଯାଇ ଏପରି କିଛି କରିଛନ୍ତି । ଅଭିଯୁକ୍ତ ଜଣକ ହଇରାଣ କରିବାକୁ ଯୁବତୀ ଜଣକ ଅତିଷ୍ଠ ହୋଇ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାର କରି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଯୁବତୀ ଜଣକ କହିଛନ୍ତି ଯେ, ପର୍ଣ୍ଣ ସାଇଟ୍ ରେ ଅଭିଯୁକ୍ତ ତାଙ୍କ ନମ୍ବର ପକାଇ ଦେଇଥିବାରୁ ତାଙ୍କ ପାଖକୁ ଯୌନ ସମ୍ବନ୍ଧ ରଖିବା ନେଇ ଫୋନ କଲ୍ ସବୁ ଆସୁଛି ଏବଂ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ପାଖରୁ ସେକ୍ସ କଣ୍ଢେଇ କୋରିୟର୍ କରୁଛି ।

Leave a Reply

Your email address will not be published. Required fields are marked *