ରାଜ୍ୟ

ରାଜ୍ୟର ସ୍କୁଲରେ କେତେ ଶିକ୍ଷକ ପଦ ଖାଲିପଡିଛି ? ଜାଣନ୍ତୁ….

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍କୁଲରେ ୧୪ ହଜାର ୧୨୫ ଶିକ୍ଷକ ପଦ ଖାଲି ପଡିଛି । ମଞ୍ଜୁରୀପ୍ରାପ୍ତ ୩୮,୯୨୬ ଶିକ୍ଷକ ପଦରୁ ୧୪ ହଜାର ୧୨୫ ପଦ ଖାଲି ରହିଛି । ଏନେଇ ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଅଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୮୮ , ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬, ରାଜେନ୍ଦ୍ରରେ ୧୨୬ ପଦବୀ, କଳାହାଣ୍ଡିରେ ୧୧୨, ରମାଦେବୀରେ ୧୦୧, ବ୍ରହ୍ମପୁରରେ ୮୦, ଏମପିସିରେ ୭. ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୧, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୯, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୨, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୬ଟି ପ୍ରଫେସର ପଦବୀ ଖାଲି ପଡ଼ିଛି ।

Leave a Reply

Your email address will not be published. Required fields are marked *